Wednesday, September 30, 2026
29.4 C
Odisha

    ଆଦିବାସୀଙ୍କ ବିକାଶ ପାଇଁ ବିଜେଡି ସମୟରେ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ବିଜେପି ସରକାର ଆଗେଇ ନିଅନ୍ତୁ: ବିଜେଡି

    ଆଗକୁ ପଢନ୍ତୁ

    ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜୟନ୍ତୀ ଗତକାଲି ପାଳିତ ହୋଇଥିବା ବେଳେ ଶଙ୍ଖଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଜନତା ଦଳର ସମନ୍ୱୟ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର, ମିଡିଆ ସଂଯୋଜକ ଡଃ ପ୍ରିୟବ୍ରତ ମାଝୀ, ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡଃ ଲେନିନ ମହାନ୍ତି ଏହି ମହାନ ଆଦିବାସୀ ଜନ ନେତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ସରକାର ରାଜ୍ୟର ଆଦିବାସୀଙ୍କ ସାମଗ୍ରୀକ ବିକାଶ ପାଇଁ ସମର୍ପିତ ଥିଲା ବୋଲି କହିଥିଲେ। ଭଗବାନ ବିର୍ସା ମୁଣ୍ଡାଙ୍କ ନାମରେ ରାଉରକେଲା ଠାରେ ବିଶ୍ୱର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ ସହିତ ଆଦିବାସୀ ସମ୍ପ୍ରଦାୟର ପ୍ରିୟ ଖେଳ ହକିକୁ ସ୍ଥାନୀୟ ଠାରୁ ଆନ୍ତର୍ଜାତୀୟ ସ୍ତରରେ ପ୍ରୋତ୍ସାହନ ଦିଆଯାଇଥିଲା। ଶିକ୍ଷା କ୍ଷେତ୍ରରେ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାଥମିକ ସ୍ତରରୁ କଲେଜ ପର୍ଯ୍ୟନ୍ତ ସ୍ୱତନ୍ତ୍ର ବ୍ୟବସ୍ଥା ସହିତ ଅନ୍ୱେଷା ଯୋଜନା ମାଧ୍ୟମରେ ସେମାନଙ୍କ ପାଇଁ ହଷ୍ଟେଲର ବ୍ୟବସ୍ଥା କରାଯାଇଛି। ସାକ୍ଷରତା ପହଞ୍ଚି ନଥିବା ବଣ୍ଡା ଜନଜାତି ମାନଙ୍କର ଶିକ୍ଷାର ବିକାଶ ହୋଇ ସେମାନେ ମଧ୍ୟ ସଫଳତା ଆଡ଼କୁ ଅଗ୍ରସର ହୋଇଛନ୍ତି। ନିକଟରେ ବଣ୍ଡା ଜନଜାତି ସମ୍ପ୍ରଦାୟରୁ ଜଣେ ଝିଅ ଓଏଏସ ପାଇବା ଏଇ ସଫଳତାର ଏକ ଉଦାହରଣ ବୋଲି ଶ୍ରୀ ମିଶ୍ର କହିଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.4 ° C
    29.4 °
    29.4 °
    69 %
    2.9kmh
    100 %
    Wed
    29 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ