Wednesday, September 30, 2026
29.4 C
Odisha

    ପରୀକ୍ଷାରେ ଫେଲ୍‌ ହେବାରୁ ରକ୍ତମୁଖା ହେଲା ଚୀନ୍‌ର ଛାତ୍ର

    ଆଗକୁ ପଢନ୍ତୁ

    ବେଜିଂ: ପୂର୍ବ ଚୀନର ଏକ ବିଜନେସ୍ ସ୍କୁଲରେ ଶନିବାର ଏକ ବଡ଼ଧରଣ ହତ୍ୟାକାଣ୍ଡ ଘଟଣା ଘଟିଛି। ଏହି ବ୍ୟବସାୟିକ ବିଦ୍ୟାଳୟରେ ଛୁରାମାଡ଼ରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୭ ଜଣ ଲୋକ ଆହତ ହୋଇଛନ୍ତି। ଆକ୍ରମଣକାରୀ ପୂର୍ବତନ ଛାତ୍ରକୁ ପୁଲିସ ଗିରଫ କରିଛି। ପୁଲିସ ଗଣମାଧ୍ୟମକୁ କହିଛି ଯେ ଆକ୍ରମଣକାରୀ ଅନୁଷ୍ଠାନର ପୂର୍ବତନ ଛାତ୍ର। ଚଳିତ ବର୍ଷ ସେ ସ୍ନାତକ ହେବାର ଥିଲା। କିନ୍ତୁ ସେ ପରୀକ୍ଷାରେ ଫେଲ୍ ହୋଇ ଯାଇଥିଲା। ସେ ପରୀକ୍ଷାରେ ବିଫଳ ହେବା ପରେ ଅସନ୍ତୁଷ୍ଟ ଥିଲା। ତେଣୁ ଏଠାକୁ ଆସି ନିଜର କ୍ରୋଧ ପ୍ରକାଶ କରିବା ସହ ଜଣେ ପରେ ଜଣେ ଛାତ୍ରଛାତ୍ରୀଙ୍କୁ ଆକ୍ରମଣ କରିବା ଆରମ୍ଭ କରିଥିଲା। ଅଭିଯୁକ୍ତ ନିଜେ ଅପରାଧ ଘଟଣାର ସ୍ୱୀକାର କରିଛି।

    ପୁଲିସ କହିଛି ଆହତଙ୍କ ଚିକିତ୍ସା ଓ ଯତ୍ନ ପାଇଁ ଜରୁରୀକାଳୀନ ସେବା ସମ୍ପୂର୍ଣ୍ଣ ସକ୍ରିୟ ହୋଇଛି। ଚୀନରେ ହିଂସାତ୍ମକ ଛୁରୀ ଆକ୍ରମଣ ଘଟଣା ଏକ ସାଧାରଣ କଥା। ଏହା ପୂର୍ବରୁ ମଧ୍ୟ ଅନେକ ଉଦାହରଣ ରହିଛି। କିନ୍ତୁ ଏକାସାଙ୍ଗରେ ଏତେ ସଂଖ୍ୟକ ଲୋକଙ୍କ ଉପରେ ଆକ୍ରମଣ ଏବଂ ଏତେ ସଂଖ୍ୟକ ମୃତ୍ୟୁ ଅପେକ୍ଷାକୃତ ବିରଳ।

    ଚଳିତ ସପ୍ତାହ ପ୍ରାରମ୍ଭରେ ଚୀନ୍‌ ଦକ୍ଷିଣ ସହର ଝୁହାଇରେ ଜଣେ ୬୨ ବର୍ଷୀୟ ବ୍ୟକ୍ତି ତାଙ୍କର ଏକ ଛୋଟ ଏସ୍ୟୁଭିକୁ ଜନତାଙ୍କ ସହ ଧକ୍କା ଦେଇଥିଲେ, ଯେଉଁଥିରେ ୩୫ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ୪୦ରୁ ଅଧିକ ଆହତ ହୋଇଥିଲେ। ଗତ କିଛି ମାସ ମଧ୍ୟରେ ଏଭଳି ଆହୁରି ଅନେକ ଆକ୍ରମଣ ହୋଇଛି। ଗତ ଅକ୍ଟୋବର ମାସରେ ସାଂଘାଇର ଏକ ସୁପରମାର୍କେଟରେ ଛୁରାମାଡ଼ରେ ଜଣେ ବ୍ୟକ୍ତି ଆକ୍ରମଣ କରଇଥିଲା। ଏଥିରେ ୩ ଜଣଙ୍କୁ ମୃତ୍ୟୁ ଘଟିଥିବା ବେଳେ ୧୫ ଜଣ ଆହତ ହୋଇଥିଲେ। ଏକ ମାସ ତଳେ ହଂକଂ ଉପକଣ୍ଠରେ ଥିବା ଦକ୍ଷିଣ ସହର ଶେନଜେନ୍‌ରେ ଜଣେ ଜାପାନୀ ସ୍କୁଲ ଛାତ୍ରଙ୍କୁ ଛୁରି ଭୁସି ହତ୍ୟା କରାଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    29.4 ° C
    29.4 °
    29.4 °
    69 %
    2.9kmh
    100 %
    Wed
    29 °
    Thu
    30 °
    Fri
    30 °
    Sat
    31 °
    Sun
    31 °

    ସମ୍ବନ୍ଧିତ