Saturday, October 24, 2026
27.6 C
Odisha

    ଆଧାର ଆଡ୍ରେସ୍ ଅପଡେଟ୍‌ ଏବେ ସହଜ, ଏମିତି କରନ୍ତୁ ଅନଲାଇନ୍‌ରେ ପରିବର୍ତ୍ତନ

    ଆଗକୁ ପଢନ୍ତୁ

     

    ବିଶେଷକରି ବ୍ୟାଙ୍କିଂ କିମ୍ବା କୌଣସି ସରକାରୀ କାମ ପାଇଁ ଡକ୍ୟୁମେଣ୍ଟ ଯାଞ୍ଚ ସମୟରେ ଆଧାରର ଠିକଣା ଅନ୍ୟ କାଗଜପତ୍ର ସହ ମେଳ ନହେଲେ ପ୍ରକ୍ରିୟା ସେଠାରେ ଅଟକିଯାଇପାରେ । ତେବେ ବର୍ତ୍ତମାନ ଏହି ସମସ୍ୟା ପାଇଁ ଆଉ ଚିନ୍ତା କରିବାକୁ ପଡ଼ିବନାହିଁ । ଆଶ୍ୱସ୍ତିର କଥା ହେଉଛି କି, ଏବେ ଆଧାର କାର୍ଡରେ ନୂଆ ଠିକଣା ଅପଡେଟ୍ କରିବା ପୂର୍ବପରି କଷ୍ଟକର ନୁହେଁ । ଏଥିପାଇଁ ଆପଣଙ୍କୁ ଆଧାର ସେବା କେନ୍ଦ୍ର ବାହାରେ ଲମ୍ବା ଲାଇନ୍‌ରେ ଠିଆ ହେବାର ଆବଶ୍ୟକତା ନାହିଁ । ସ୍ମାର୍ଟଫୋନ୍ କିମ୍ବା ଲାପଟପ୍ ସାହାଯ୍ୟରେ ଘରେ ବସି ଏହି କାମ ସହଜରେ କରିପାରିବେ ।

    ଲାଇନ୍‌ରେ ନଠିଆ ହୋଇ ଏମିତି କରନ୍ତୁ ଅନଲାଇନ୍‌ରେ ପରିବର୍ତ୍ତନ:

    ଆଧାରରେ ନୂଆ ଠିକଣା ଯୋଡ଼ିବାର ପ୍ରକ୍ରିୟା ବେଶ ସରଳ । ପ୍ରଥମେ ନିଜ ବ୍ରାଉଜରରେ myAadhaarର ଅଫିସିଆଲ୍ ପୋର୍ଟାଲ୍ ଖୋଲନ୍ତୁ । ୱେବସାଇଟ୍‌ରେ ନିଜର ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ଦିଅନ୍ତୁ ଏବଂ ସ୍କ୍ରିନ୍‌ରେ ଦେଖାଯାଉଥିବା କ୍ୟାପ୍‌ଚା କୋଡ୍ ଭରନ୍ତୁ । ଏହାପରେ ଆଧାର ସହ ଲିଙ୍କ୍ ହୋଇଥିବା ମୋବାଇଲ୍ ନମ୍ବରକୁ ଏକ OTP ଆସିବ । OTP ଦେଇ ପୋର୍ଟାଲ୍‌ରେ ଲଗ୍‌ଇନ୍ କରନ୍ତୁ ।

    ଲଗ୍‌ଇନ୍ କରିବା ପରେ ସ୍କ୍ରିନ୍‌ରେ Address Update ବିକଳ୍ପ ଦେଖାଯିବ । ଏଥିରେ କ୍ଲିକ୍ କରି Update Aadhaar using your documents ବିକଳ୍ପ ଚୟନ କରନ୍ତୁ । ଏଠାରେ ଆପଣଙ୍କ ବର୍ତ୍ତମାନର ଠିକଣା ଦେଖାଯିବ । ପେଜ୍‌କୁ ତଳକୁ ସ୍କ୍ରୋଲ୍ କରି ନିଜର ନୂଆ ଠିକଣା, ରାଜ୍ୟ, ଜିଲ୍ଲା, ସହର ଓ ପିନ୍ କୋଡ୍ ଭଳି ସମସ୍ତ ତଥ୍ୟ ସଠିକ୍ ଭାବେ ଭରନ୍ତୁ ।

    କେଉଁ ଡକ୍ୟୁମେଣ୍ଟ ହେବ ମାନ୍ୟ:

    ନୂଆ ଠିକଣା ଦେବା ସହିତ ସେହି ଠିକଣାକୁ ପ୍ରମାଣ କରୁଥିବା ଯେକୌଣସି ଏକ ବୈଧ ଡକ୍ୟୁମେଣ୍ଟ ଅପଲୋଡ୍ କରିବାକୁ ପଡ଼ିବ । ଏଥିପାଇଁ ନିଜ ନାମରେ ଥିବା ବିଦ୍ୟୁତ୍ ବିଲ୍, ବ୍ୟାଙ୍କ ଷ୍ଟେଟମେଣ୍ଟ, ରେଣ୍ଟ ଏଗ୍ରିମେଣ୍ଟ, ପାସପୋର୍ଟ କିମ୍ବା ଭୋଟର୍ ID କାର୍ଡ ବ୍ୟବହାର କରିପାରିବେ ।

    ଅନେକ ସମୟରେ ନୂଆ ସହରରେ ଜଣେ ବ୍ୟକ୍ତିଙ୍କ ନାମରେ ତୁରନ୍ତ ଠିକଣା ପ୍ରମାଣପତ୍ର ତିଆରି ହୋଇପାରେ ନାହିଁ । ଏଭଳି ସ୍ଥିତିରେ Head of Family ବିକଳ୍ପ ଚୟନ କରିପାରିବେ । ଏଥିରେ ପରିବାର ମୁଖ୍ୟଙ୍କ ଆଧାର ନମ୍ବର ଏବଂ ତାଙ୍କ ସହ ଆପଣଙ୍କ ସମ୍ପର୍କର ପ୍ରମାଣ ଦେଇ ମଧ୍ୟ ଠିକଣା ଅପଡେଟ୍ କରାଯାଇପାରିବ ।

    ଫର୍ମ ସବମିଟ୍ କରିବା ପରେ ସ୍କ୍ରିନ୍‌ରେ ୧୪ ଅଙ୍କର Update Request Number (URN) ଜେନେରେଟ୍ ହେବ । ଏହି ନମ୍ବରକୁ ସୁରକ୍ଷିତ ରଖନ୍ତୁ, କାରଣ ପରେ ଏହା ମାଧ୍ୟମରେ ଆପଣ ନିଜ ଅପଡେଟ୍‌ର ସ୍ଥିତି ଟ୍ରାକ୍ କରିପାରିବେ ।

    ୧୪ ଜୁନ୍ ୨୦୨୭ ପର୍ଯ୍ୟନ୍ତ ଏହି ସୁବିଧା ସମ୍ପୂର୍ଣ୍ଣ ମାଗଣା:

    ଅନଲାଇନ୍ ଫର୍ମ ଭରିବା ସମୟରେ ଆପଣ ଯେଉଁ ଡକ୍ୟୁମେଣ୍ଟ ଅପଲୋଡ୍ କରୁଛନ୍ତି, ତାହାର ଫଟୋ ସ୍ପଷ୍ଟ ଥିବା ନିଶ୍ଚିତ କରନ୍ତୁ । ଅସ୍ପଷ୍ଟ କିମ୍ବା କଟାଫଟା ଡକ୍ୟୁମେଣ୍ଟ ଅପଲୋଡ୍ କଲେ ଆପଣଙ୍କ ରିକ୍ୱେଷ୍ଟ ରିଜେକ୍ଟ ହୋଇପାରେ ।

    ଆପଣ ଯେତେବେଳେ ଚାହିଁବେ ନିଜ ଆଧାରର ଠିକଣା ବଦଳାଇପାରିବେ, କିନ୍ତୁ ଏଥିପାଇଁ ଠିକ୍ ପ୍ରମାଣପତ୍ର ଥିବା ଆବଶ୍ୟକ । ତେବେ ଏଠାରେ ଏକ ଗୁରୁତ୍ୱପୂର୍ଣ୍ଣ କଥା, ଯଦି ଆପଣ ଠିକଣା ପରିବର୍ତ୍ତନ ନକରି କେବଳ ପୁରୁଣା ଡକ୍ୟୁମେଣ୍ଟର ପୁନଃ ଯାଞ୍ଚ କରାଉଛନ୍ତି, ତେବେ ଏହି ସୁବିଧା ୧୪ ଜୁନ୍ ୨୦୨୭ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ମାଗଣା । ଅନ୍ୟପକ୍ଷରେ, ଯଦି ଆପଣ ଆଧାରରେ ନୂଆ ଠିକଣା ଅପଡେଟ୍ କରୁଛନ୍ତି, ତେବେ ଅନଲାଇନ୍‌ରେ ୭୫ ଟଙ୍କା ଦେବାକୁ ପଡ଼ିବ ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.6 ° C
    27.6 °
    27.6 °
    47 %
    2.1kmh
    0 %
    Sat
    28 °
    Sun
    28 °
    Mon
    28 °
    Tue
    30 °
    Wed
    22 °

    ସମ୍ବନ୍ଧିତ