Sunday, August 23, 2026
26.5 C
Odisha

    ସାତକୋଶିଆ ଗାଁ ବିସ୍ଥାପନର ତଦନ୍ତ ନିର୍ଦ୍ଦେଶ, ୬ ସପ୍ତାହ ମଧ୍ୟରେ ରିପୋର୍ଟ ହେବ ଦାଖଲ

    ଆଗକୁ ପଢନ୍ତୁ

    ଅନୁଗୁଳ : ଅନୁଗୁଳ ସାତକୋଶିଆ ଗାଁ ବିସ୍ଥାପନ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର । ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପରୁ ଗ୍ରାମଗୁଡ଼ିକର ବିସ୍ଥାପନ ପ୍ରକ୍ରିୟାରେ ହୋଇଥିବା ଅନିୟମିତତା ଓ ଜଙ୍ଗଲ ଅଧିକାର ଉଲ୍ଲଂଘନ ଅଭିଯୋଗର ଯାଞ୍ଚ ପାଇଁ ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ତଦନ୍ତ କମିଟି ଗଠନ କରିଛନ୍ତି । ଓଡ଼ିଶା ମାନବାଧିକାର କମିଶନଙ୍କ ସୁପାରିଶ ଆଧାରରେ ଏହି ପଦକ୍ଷେପ ନିଆଯାଇଛି। କମିଶନ ପ୍ରାଥମିକ ତଦନ୍ତରେ ପ୍ରକ୍ରିୟାଗତ ତ୍ରୁଟି ଓ ଥଇଥାନ ନିୟମାବଳୀର ଉଲ୍ଲଂଘନ ହୋଇଥିବା ଦର୍ଶାଇଥିଲେ।

    ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଜଙ୍ଗଲ, ଆଇନ ଏବଂ ଏସଟି/ଏସସି ବିକାଶ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ NTCAର ପୂର୍ବତନ ସଦସ୍ୟ ସଚିବ ତଥା ଅବସରପ୍ରାପ୍ତ IFS ଅଧିକାରୀ ଅନୁପ ନାୟକ ସ୍ୱତନ୍ତ୍ର ବିଶେଷଜ୍ଞ ଭାବେ ରହିଛନ୍ତି । ଭୁରୁକୁଣ୍ଡି, ଅସନବାହାଲ, କଟରଙ୍ଗ, ଟୁଲୁକା, ଟିକରପଡ଼ା ଓ ଗୋପାଳପୁର ଗ୍ରାମର ବିସ୍ଥାପନ ପ୍ରକ୍ରିୟା ଏହି ତଦନ୍ତରେ ଅନ୍ତର୍ଭୁକ୍ତ ହେବ। ରାଇଗୋଡ଼ା ଗ୍ରାମକୁ ନିୟମାନୁଯାୟୀ ସଠିକ୍ ଭାବେ ସ୍ଥାନାନ୍ତର କରାଯାଇଥିବାରୁ ଏହାକୁ ତଦନ୍ତ ପରିସରରୁ ବାଦ୍ ଦିଆଯାଇଛି। କମିଟିକୁ ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    26.5 ° C
    26.5 °
    26.5 °
    92 %
    0.2kmh
    100 %
    Sun
    26 °
    Mon
    28 °
    Tue
    26 °
    Wed
    26 °
    Thu
    26 °

    ସମ୍ବନ୍ଧିତ