Friday, December 19, 2025
12.7 C
Odisha

    ଆନନ୍ଦ ଉଲ୍ଲାସର ସହିତ ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ଜନ୍ମ ଜୟନ୍ତୀ ପାଳନ କଲେ ଶ୍ରଦ୍ଧାଳୁ

    ଆଗକୁ ପଢନ୍ତୁ

    ଜଳେଶ୍ବର: ଆମ ସଂସ୍କୃତିରେ ଅନେକ ଭକ୍ତ ସେମାନଙ୍କର ଇଷ୍ଟଙ୍କ ପାଇଁ ନିଜ ଜୀବନକୁ ସମର୍ପି ଦେଉଛନ୍ତି । ଆଉ କିଛି ଭକ୍ତ ନିଜ ଇଷ୍ଟଙ୍କ ଜନ୍ମ ତିଥିକୁ ଖୁବ୍ ନିଷ୍ଠାର ସହିତ ପାଳନ କରିଥାନ୍ତି । ସମାନ ଭାବେ ଠାକୁର ଶ୍ରୀ ଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ଜନ୍ମ ଜୟନ୍ତୀକୁ ଖୁବ୍ ଆନନ୍ଦ ଉଲ୍ଲାସର ସହିତ ପାଳନ କରିଛନ୍ତି ଶ୍ରଦ୍ଧାଳୁ ।

    ବାଲେଶ୍ବର ଜିଲ୍ଲା ବାଲିଆପାଳ ବ୍ଲକ ଅନ୍ତର୍ଗତ ଲଙ୍ଗଳେଶ୍ବରସ୍ଥିତ ସତସଙ୍ଗ ବିହାର ପରିସରରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୮ ତମ ଜନ୍ମ ମହୋତ୍ସବ ଏବଂ ଶ୍ରୀ ମନ୍ଦିରର ସ୍ମୃତି ଉତ୍ସବ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ସମସ୍ତେ ଏକଜୁଟ ହୋଇ ଠାକୁରଙ୍କ ନାମ ଜପିବା ସହ ତାଙ୍କ ଆରାଧନାରେ ନିଜକୁ ହଜାଇ ଦେଇଥିଲେ । ଏହା ପରେ ଆରମ୍ଭ ହୋଇଥିଲା ଠାକୁରଙ୍କ ସତସଙ୍ଗ । ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜନ୍ମଦିନକୁ ଖୁବ ଆକର୍ଷଣୀୟ ଭାବେ ପାଳନ କରିଥିଲେ ତାଙ୍କର ପ୍ରିୟ ଭକ୍ତମାନେ ।

    ଏହି ଅବସରରେ ଅନୁଷ୍ଠିତ ସତସଙ୍ଗ କାର୍ଯ୍ୟକ୍ରମରେ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସମାଜକୁ ସୁଧାର କରିବାରେ ସତସଙ୍ଗ ଭୂମିକା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ହଜାର ହଜାର ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଠାକୁରଙ୍କୁ ଦର୍ଶନ କରିବା ସହିତ ଆନନ୍ଦ ବଜାରରେ ପ୍ରସାଦ ସେବନ କରିଥିଲେ । ଏଭଳି ଏକ ଭବ୍ୟ ପରିବେଶରେ ନିଜକୁ ସାମିଲ କରି ପାରିଥିବାରୁ ଭକ୍ତମାନେ ଖୁସି ବ୍ୟକ୍ତ କରିଥିଲେ ।

    ତେବେ ଠାକୁର ଶ୍ରୀଶ୍ରୀ ଅନୁକୂଳ ଚନ୍ଦ୍ରଙ୍କ ଜନ୍ମ ଜୟନ୍ତୀ ପାଇଁ ବେଶ ଚଳଚଞ୍ଚଳ ହୋଇ ଉଠିଥିଲା ସତସଙ୍ଗ ବିହାର । ଏକତ୍ରିତ ହୋଇଥିଲେ ଶହ ଶହ ସଂଖ୍ୟାରେ ଭକ୍ତ । ମହିଳାମାନଙ୍କ ଠାରୁ ଆରମ୍ଭ କରି ପୁରୁଷ ଏବଂ ଯୁବକ, ଯୁବତୀ ସମସ୍ତେ ଠାକୁରଙ୍କୁ ସ୍ମରଣ କରିବା ସହିତ ନାମ ଧ୍ୟାନ କରିଥିଲେ । ଠାକୁର ସେମାନଙ୍କୁ ପ୍ରତ୍ୟେକ ମୁହୂର୍ତ୍ତରେ ସହାୟ ହୁଅନ୍ତୁ ବୋଲି ଆଶୀର୍ବାଦ ଭିକ୍ଷା କରିଥିଲେ ଭକ୍ତ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    12.7 ° C
    12.7 °
    12.7 °
    47 %
    1.6kmh
    0 %
    Fri
    26 °
    Sat
    27 °
    Sun
    27 °
    Mon
    28 °
    Tue
    27 °

    ସମ୍ବନ୍ଧିତ