Monday, April 27, 2026
28.3 C
Odisha

    ଦିଲ୍ଲୀ ବିଧାନସଭା ଗେଟ୍ ଭାଙ୍ଗି ପଶିଲା ଅଜଣା କାର୍, ବାଚସ୍ପତିଙ୍କ ଗାଡ଼ି ପାଖରେ ରଖିଲା ଫୁଲତୋଡା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ସୁରକ୍ଷାରେ ବଡ଼ ତ୍ରୁଟି । ଗେଟ୍ ଭାଙ୍ଗି ବିଧାନସଭା ଭିତରକୁ ପଶିଲା କାର୍ । ଗେଟ୍ ୨ ଭାଙ୍ଗି ଗାଡ଼ି ଭିତରେ ପଶିଛି । ଆଉ ତୁରନ୍ତ ସେଠାରୁ ଫେରାର ହୋଇଯାଇଛି । ଯାହାକୁ ନେଇ ବିଧାନସଭାର ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

    ବିଧାନସଭା ଅଫିସ ଅନୁଯାୟୀ, ଆଜି ଅପରାହ୍ନ ୨ଟା ସମୟରେ ଭିଆଇପି ଗେଟ୍ ସାମ୍ନାରେ ଦ୍ରୁତ ଗତିରେ ଆସି ଏକ କାର ଗେଟକୁ ଧକ୍କା ଦେଇ ଭାଙ୍ଗିବା ପରେ ବିଧାନସଭା ପରିସରକୁ ପଶିଥିଲା । ଆଉ ବିଧାନସଭା ସ୍ପିକରଙ୍କ ଗାଡି ପାଖରେ ଫୁଲତୋଡା ଏବଂ କିଛି କାଗଜ ରଖି ସେଠାରୁ କାର୍ ସହ ଖସିଯିବାରେ ସକ୍ଷମ ହୋଇଛି । ଏହି ଘଟଣା ରାଜ୍ୟ ବିଧାନସଭା ସୁରକ୍ଷା ପ୍ରୋଟୋକଲ ଉପରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

    ଅଭିଯୁକ୍ତ ଦିଲ୍ଲୀ ବିଧାନସଭା ଗେଟ ସଂଖ୍ୟା ୨କୁ ଧକ୍କା ଦେଇ ଖସିଯାଇଛି । ପୋଲିସ ମାମଲାରେ ତୁରନ୍ତ ଆକ୍ସନ ନେଇ ଗାଡ଼ିର ଖୋଜ ଆରମ୍ଭ କରିଛି । ଦିଲ୍ଲୀ ପୋଲିସର ସୂଚନା ଅନୁସାରେ, ଉତ୍ତର ପ୍ରଦେଶ ପଞ୍ଜିକୃତ ନମ୍ବର ଥିବା ଏକ ଗାଡ଼ି ଲୁହା ଗେଟ ଭାଙ୍ଗି ଗେଟ ନମ୍ବର ୨ରେ ପଶିଥିଲା । ଡ୍ରାଇଭର ସେଠାରେ ଫୁଲତୋଡ଼ା ରଖିଥିଲା ଏବଂ ସେଠାରୁ ଚାଲିଯାଇଥିଲା। ପୋଲିସ ଗାଡ଼ିର ତଲାସୀ ଜାରି ରଖିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.3 ° C
    28.3 °
    28.3 °
    47 %
    2.3kmh
    6 %
    Sun
    28 °
    Mon
    43 °
    Tue
    41 °
    Wed
    42 °
    Thu
    42 °

    ସମ୍ବନ୍ଧିତ