Thursday, October 2, 2025
25.9 C
Odisha

    ଆନ୍ତଃ ରାଜ୍ୟ ବାଇକ ଲୁଟେରା ଗିରଫ, ୪ ବାଇକ ଜବତ

    ଆଗକୁ ପଢନ୍ତୁ

    ମୟୂରଭଞ୍ଜ: ମୟୂରଭଞ୍ଜରେ ଆନ୍ତଃ ରାଜ୍ୟ ଲୁଟେରା ଗିରଫ । ୪ ବାଇକ ଜବତ । ଲୁଟେରାମାନେ ବାଇକ ଚୋରି କରିବା ପରେ ମାଷ୍ଟରମାଇଣ୍ଡକୁ ଦେଉଥିଲେ । ପ୍ରତି ବଦଳରେ ବାଇକ ପିଛା ମିଳୁଥିଲା ୧୦ ହଜାର ଟଙ୍କା । ସେହି ଚୋରି ବାଇକ ସବୁ ବାହାର ରାଜ୍ୟକୁ ହେଉଥିଲା ଚାଲାଣ । ଖୁଣ୍ଟା ଥାନା ପୋଲିସ ବାଇକ ଚୋରି ଅଭିଯୋଗର ତଦନ୍ତ ଆରମ୍ଭ କରିବା ପରେ ୨ ଆନ୍ତଃରାଜ୍ୟ ଲୁଟେରାଙ୍କୁ ବଡ଼ସାହି ଅଞ୍ଚଳରୁ ଗିରଫ କରିଛି । ଗିରଫ ଦୁଇ ଲୁଟେରାଙ୍କ ନିକଟରୁ ୪ ଟି ଚୋରା ବାଇକ ଜବତ ହୋଇଛି ।

    ଗିରଫ ଲୁଟେରାମାନେ ହେଲେ ବଡ଼ସାହି ଥାନା ଶାଳପଥରା ଗାଁର ସନ୍ତୋଷ କୁମାର ସିଂ ଏବଂ ସୁଜିତ କୁମାର ସିଂ । ଏହି ଦୁଇ ଲୁଟେରା ସପନଚୁଆ ଅଞ୍ଚଳରୁ ଗତ ୨୮ ତାରିଖ ରାତିରେ ବାଇକ ଚୋରି କରିବାକୁ ଆସି ଦୁଇଟି ବାଇକ ଚୋରି କରି ନେଇଯାଇଥିବା ବେଳେ ନିଜ ବାଇକକୁ ଛାଡ଼ି ପଳାଇଥିଲେ । ଯାହାକୁ ଆଧାର କରି ପୋଲିସ ତଦନ୍ତ କରି ସେମାନଙ୍କୁ ଗିରଫ କରିଛି । ହେଲେ ଏହି ଆନ୍ତଃ ରାଜ୍ୟ ଲୁଟେରା ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ ଫେରାର ରହିଛି । ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    25.9 ° C
    25.9 °
    25.9 °
    89 %
    2.3kmh
    100 %
    Thu
    26 °
    Fri
    28 °
    Sat
    29 °
    Sun
    29 °
    Mon
    30 °

    ସମ୍ବନ୍ଧିତ