Tuesday, April 7, 2026
35.3 C
Odisha

    ଆନ୍ଧ୍ରପ୍ରଦେଶର ସ୍ଥାୟୀ ରାଜଧାନୀ ‘ଅମରାବତୀ’, ସରକାର ଜାରି କଲେ ନୋଟିଫିକେସନ

    ଆଗକୁ ପଢନ୍ତୁ

    ଆନ୍ଧ୍ରପ୍ରଦେଶ : ୧୨ ବର୍ଷର ଅପେକ୍ଷାର ଅନ୍ତ । ଆନ୍ଧ୍ରପ୍ରଦେଶର ସ୍ଥାୟୀ ରାଜଧାନୀ ଭାବେ ‘ଅମରାବତୀ’ ଘୋଷିତ । ଅମରାବତୀ ହେଲା ଆନ୍ଧ୍ରପ୍ରଦେଶର ସରକାରୀ ରାଜଧାନୀ । ଏନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି ।

    ରାଜ୍ୟ ବିଭାଜନର ୧୨ ବର୍ଷ ପରେ କେନ୍ଦ୍ର ସରକାର ଆନ୍ଧ୍ରପ୍ରଦେଶର ରାଜଧାନୀ ଭାବେ ଅମରାବତୀକୁ ଆନୁଷ୍ଠାନିକ ଭାବେ ମାନ୍ୟତା ଦେଇଛନ୍ତି । ଏଥିପାଇଁ ଗତକାଲି ଭାରତ ସରକାରଙ୍କ ପକ୍ଷରୁ ଏକ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ପାଇଛି । ସଂସଦରେ ‘ଆନ୍ଧ୍ରପ୍ରଦେଶ ପୁନର୍ଗଠନ (ସଂଶୋଧନ) ଅଧିନିୟମ, ୨୦୨୬’ ପାରିତ ହେବା ପରେ ଏବଂ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ମତି ପରେ ଏହାକୁ ସରକାରୀ ମାନ୍ୟତା ମିଳିଛି ।

    ପୂର୍ବରୁ ୨୦୧୪ ମସିହାର ଆଇନରେ ରାଜଧାନୀ ନାମ ସ୍ପଷ୍ଟ ନଥିଲା । କିନ୍ତୁ ବର୍ତ୍ତମାନର ସଂଶୋଧନ ପରେ ‘ଅମରାବତୀ’ ହିଁ ଆନ୍ଧ୍ରର ଏକମାତ୍ର ଏବଂ ସ୍ଥାୟୀ ରାଜଧାନୀ ଭାବେ ପରିଗଣିତ ହେବ । ଏହି ନୂଆ ନିୟମ ୨ ଜୁନ୍ ୨୦୨୪ ରୁ କାର୍ଯ୍ୟକାରୀ ହୋଇଛି ବୋଲି ଧରାଯିବ । ପୂର୍ବରୁ ଚାଲିଥିବା ‘୩ଟି ରାଜଧାନୀ’ Executive, Legislative, Judicial ବିବାଦର ଏହା ଦ୍ୱାରା ସମ୍ପୂର୍ଣ୍ଣ ଅନ୍ତ ଘଟିଛି । ଏବେ ଶାସନର ସମସ୍ତ ବିଭାଗ କେବଳ ଅମରାବତୀରେ କାର୍ଯ୍ୟ କରିବ ।

    ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏହାକୁ ଜନସାଧାରଣ ଏବଂ ବିଶେଷ କରି ଜମି ଦେଇଥିବା ଅମରାବତୀର ଚାଷୀମାନଙ୍କର ବିଜୟ ବୋଲି କହିଛନ୍ତି । ଏହି ନିଷ୍ପତ୍ତି ଫଳରେ ରାଜ୍ୟରେ ନିବେଶ ବଢ଼ିବ ଏବଂ ପ୍ରଶାସନିକ ସ୍ଥିରତା ଆସିବ ବୋଲି ଆଶା କରାଯାଉଛି । ଅମରାବତୀକୁ ରାଜଧାନୀ କରିବାର ମୂଳଦୁଆ ୨୦୧୫ରେ ତେଲୁଗୁ ଦେଶମ ପାର୍ଟି ଶାସନକାଳ ଭିତରେ ରଖାଯାଇଥିଲା । ୨୦୧୯ରେ ୱାଇଏସଆରସିପି ଶାସନରେ ଆସିବା ପରେ ଅମରାବତୀର ସମସ୍ତ ପ୍ରୋଜେକ୍ଟ ବନ୍ଦ ପଡିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.3 ° C
    35.3 °
    35.3 °
    26 %
    3.2kmh
    50 %
    Tue
    34 °
    Wed
    39 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ