Monday, October 19, 2026
21.6 C
Odisha

    ଆଇପିଏଲରେ ଇତିହାସ ରଚିଲେ ଭୁବନେଶ୍ବର କୁମାର, ପ୍ରଥମ ବୋଲର ଭାବେ ନେଲେ ୨୦୦ ୱିକେଟ୍

    ଆଗକୁ ପଢନ୍ତୁ

    ମୁମ୍ବାଇ  :  ଆଇପିଏଲରେ ଇତିହାସ ରଚିଛନ୍ତି ଦ୍ରୁତ ବୋଲର ଭୁବନେଶ୍ୱର କୁମାର । ଭୁବନେଶ୍ବର ପ୍ରଥମ ଦ୍ରୁତ ବୋଲର ଭାବରେ ୨୦୦ ୱିକେଟ୍ ହାସଲ କରିବାର ଗୌରବ ଲାଭ କରିଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ଭୁବନେଶ୍ୱର ଆୟୂଷ ମାହାତ୍ରେ ଏବଂ ପ୍ରଶାନ୍ତ ବୀରଙ୍କୁ ଆଉ କରିବା ପରେ ୨୦୦ ୱିକେଟ୍ କ୍ଲବରେ ସାମିଲ ହୋଇଛନ୍ତି ଭୁବନେଶ୍ବର। ଯଶପ୍ରୀତ ବୁମରା ଏହି ତାଲିକାରେ ଷଷ୍ଠ ସ୍ଥାନରେ ରହିଛନ୍ତି । ସେ ଆଉ ୧୭ଟି ୱିକେଟ୍ ନେଲେ ୨୦୦ ୱିକେଟ୍ କ୍ଲବରେ ସାମିଲ ହେବେ।

    ଆଇପିଏଲ ଇତିହାସରେ ସର୍ବାଧିକ ୱିକେଟ୍ ନେବାର ରେକର୍ଡ ସ୍ପିନର ୟୁଝବେନ୍ଦ୍ର ଚହଲଙ୍କ ନାମରେ ରହିଛନ୍ତି । ସେ ୧୭୬ଟି ମ୍ୟାଚ ଖେଳି ୨୨୪ଟି ୱିକେଟ୍ ନେଇଛନ୍ତି । ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଭୁବନେଶ୍ୱର କୁମାର । ଭୁବନେଶ୍ୱର କୁମାର ଆଇପିଏଲ୍ରେ ୧୯୨ଟି ମ୍ୟାଚ୍ ଖେଳି ସାରିଲେଣି । ଭୁବନେଶ୍ବରଙ୍କ ନାମରେ ସର୍ବାଧିକ ମେଡେନ ଓଭର ରେକର୍ଡ ରହିଛି । ସେ ପାୱାର ପ୍ଲେ ଓଭର ଗୁଡ଼ିକରେ ମୋଟ ୮୧ଟି ୱିକେଟ୍ ଅକ୍ତିଆର କରିଛନ୍ତି। ୩ୟ ସ୍ଥାନରେ ରହିଛନ୍ତି ସୁନୀଲ ନରେନ।ତାଙ୍କ ନାମରେ ୧୯୩ ଓ୍ବିକେଟ ରହିଛି।ଚତୁର୍ଥ ସ୍ଥାନରେ ପିୟୂଷ ଚାୱାଲା (୧୯୩ ୱିକେଟ୍),ପଞ୍ଚମ ସ୍ଥାନରେ ଆର.ଅଶ୍ୱିନ(୧୮୭ ୱିକେଟ୍), ଷଷ୍ଠ ସ୍ଥାନରେ ବୁମରା, ଅଷ୍ଟମ ସ୍ଥାନରେ ଡ୍ୱେନ ବ୍ରାଭୋ (୧୮୩ ୱିକେଟ),ନବମ ସ୍ଥାନରେ ଅମିତ ମିଶ୍ରା (୧୭୪ ୱିକେଟ୍) ଏବଂ ଦଶମ ସ୍ଥାନରେ ରବିନ୍ଦ୍ର ଜାଡେଜା (୧୭୨ ୱିକେଟ୍) ରହିଛନ୍ତି ।

    ଭୁବନେଶ୍ୱର ୨୦୧୧ରେ ପୁନେ ୱାରିୟର୍ସ ଇଣ୍ଡିଆ ପକ୍ଷରୁ ଆଇପିଏଲ୍ ପଦାର୍ପଣ କରିଥିଲେ। ଏହାପରେ ସେ ସନ୍ରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ୧୧ଟି ସିଜନରେ ୧୪୫ଟି ମ୍ୟାଚ୍ ଖେଳି ୧୫୭ଟି ୱିକେଟ୍ ନେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.6 ° C
    21.6 °
    21.6 °
    92 %
    1kmh
    54 %
    Mon
    30 °
    Tue
    30 °
    Wed
    30 °
    Thu
    29 °
    Fri
    29 °

    ସମ୍ବନ୍ଧିତ