Friday, October 31, 2025
24.2 C
Odisha

    ଆନ୍ଧ୍ର ପ୍ରଦେଶ କୁର୍ନୁଲ ବସ ଟ୍ରାଜେଡି ଘଟଣା, ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜାରି ହେଲା SOP

    ଆଗକୁ ପଢନ୍ତୁ

    ଆନ୍ଧ୍ର ପ୍ରଦେଶ କୁର୍ନୁଲ ବସ ଟ୍ରାଜେଡି ପରେ ଓଡ଼ିଶା ଅଗ୍ନିଶମ ବିଭାଗ ପକ୍ଷରୁ ଜାରି ହେଲା SOP  ।  ଆସନ୍ତା ୩ ମାସ ମଧ୍ୟରେ ବସରେ ଥିବା ତ୍ରୁଟିକୁ ଖୋଜି ବାହାର କରାଯିବା । ୪ସପ୍ତାହ ମଧ୍ୟରେ ବସ ଷ୍ଟାଣ୍ଡ ଗୁଡ଼ିକରେ ସଚେତନା ତାଲିମ ଦିଆଯିବ । ବସ୍ ମାଳିକମାନେ ପର୍ଯ୍ୟାପ୍ତ ଅଗ୍ନି ନିରାପତ୍ତା ବ୍ୟବସ୍ଥା ଅଛି କି ନାହିଁ, ତାଲିକା ପ୍ରସ୍ତୁତ କରିବେ ।  ଆଗାମୀ ୩ମାସ ଭିତରେ ତ୍ରୁଟିର ସମାଧାନ କରିବାକୁ ଉଦ୍ୟମ କରିବେ । ବସ୍ ରେ ବ୍ୟବହୃତ ହେଉଥିବା ସ୍କ୍ରିନ୍ , କାର୍ପେଟ୍, ସିଟ୍ କଭର୍ ନିଆଁକୁ ବ୍ୟାପକ କଲାଭଳି ଉପାଦାନରେ ତିଆରି ହେବ ନାହିଁ । ପ୍ରତି ୩ ମାସରେ ଏ ସଂକ୍ରାନ୍ତରେ ରାଜ୍ୟସ୍ତରରେ ସମୀକ୍ଷା କରାଯିବ । ବସରେ ପର୍ଯ୍ୟାପ୍ତ ଅଗ୍ନି ନିର୍ବାପକ ଯନ୍ତ୍ର ରହିବ।

    ସେଗୁଡିକର ବ୍ୟବହାର ତାରିଖ ଅଛି କି ନାହିଁ, ସେଥିରେ ଅଗ୍ନି ନିର୍ବାପକ ଗ୍ୟାସ ଅଛି ନା ନାହିଁ ଏସବୁ ଉପରେ ଅନୁଧ୍ୟାନ ହେବ। ସେଗୁଡ଼ିକର ବ୍ୟବହାର ବସ୍ କର୍ମଚାରୀ ଓ ଯାତ୍ରୀ ଜାରିବେ । ଅପତକାଳୀନ ଦ୍ବାର ରହିବ । ଏବିଷୟରେ ଯାତ୍ରୀମାନେ ଜାଣିବେ। ଉଡାଜାହାଜରେ ଯାତ୍ରୀମାନଙ୍କୁ ସୂଚନା ଦିଆଗଲା ଭଳି ସୂଚନା ଦିଆଯିବ । ବସ୍ ରେ ଦହନଶୀଳ ପଦାର୍ଥ ନ ନେବା ସଂକ୍ରାନ୍ତରେ ବସ୍ ର କର୍ମଚାରୀ ସତର୍କ ଅଛନ୍ତି କି ? ଅଗ୍ନିକାଣ୍ଡ ଘଟିଲେ ବସ୍ କର୍ମଚାରୀମାନେ ସେମାନଙ୍କ ଦାୟିତ୍ବ ସଂକ୍ରାନ୍ତରେ ସଚେତନ ଅଛନ୍ତି କି ? ଏ ନେଇ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି କି ? ଏହି ସଚେତନତା କାର୍ଯ୍ୟରେ ଉତ୍ସାହର ସହ ଭାଗ ନେବାପାଇଁ ଏବଂ ଏହାକୁ ସଫଳ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    24.2 ° C
    24.2 °
    24.2 °
    88 %
    1.1kmh
    84 %
    Fri
    24 °
    Sat
    29 °
    Sun
    28 °
    Mon
    30 °
    Tue
    29 °

    ସମ୍ବନ୍ଧିତ