Thursday, February 26, 2026
28.8 C
Odisha

    ଆପଣଙ୍କର ରୁପି ସମସ୍ୟା ରହିଛି କି ? ତେବେ ଫଲୋ କରନ୍ତୁ ଏହି ଟିପ୍ସ

    ଆଗକୁ ପଢନ୍ତୁ

    ବର୍ତ୍ତମାନର ଲାଇଫଷ୍ଟାଇଲ କେବଳ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇନଥାଏ । କେଶ ଏବଂ ତ୍ୱଚା ଉପରେ ମଧ୍ୟ କୁପ୍ରଭାବ ପକାଏ  । ଆମେ ଅନେକ ସମୟରେ ସମସ୍ୟାର ସମାଧାନ ପାଇଁ ଅନେକ ପ୍ରଡକ୍ଟ ବ୍ୟବହାର କରିଥାଉ । କିନ୍ତୁ ଏହା ବେଳେବେଳେ ଆମ ଉପରେ ନକାରାତ୍ମକ ପ୍ରଭାବ ପକାଏ । ଯଦି କେଶ ଝଡ଼ିବା ଏବଂ ଫାଟିବା ଯୋଗୁ ଆପଣ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ନିୟମିତ ଭାବରେ କେଶରେ ତେଲ ଲଗାଇ ମାଲିସ କରନ୍ତୁ । ଏହା ସହ କେଶକୁ ଲମ୍ବ କରିବାକୁ, ସାଧାରଣ ତେଲ ଲଗାଇବା ପରିବର୍ତ୍ତେ, ଏଥିରେ କିଛି ଜିନିଷ ମିଶାନ୍ତୁ । କେଶ ଲମ୍ବା କରିବା ପାଇଁ କଳାଜିରା ଏବଂ ପିଆଜ ରସ ଉପକାରୀ ବୋଲି ବିବେଚନା କରାଯାଏ । ଏହି ଦୁଇଟି ଜିନିଷରୁ ପ୍ରସ୍ତୁତ ତେଲ କେଶକୁ ମୋଟା ଏବଂ ଲମ୍ବା କରିଥାଏ । କେଶରେ ପିଆଜ ରସ ଲଗାଇଲେ କେଶ କଳା ହୋଇଯାଏ ଏବଂ ଅଧିକ ବଢିବାକୁ ଲାଗିଥାଏ । ସେହି ଭଳି କଳାଜିରା ମଧ୍ୟ କେଶ ପାଇଁ ପ୍ରଭାବଶାଳୀ ହୋଇଥାଏ । କେଶ ମଜବୁତ ହେବାରେ କଳାଜିରା ତେଲ ସାହାଯ୍ୟ କରେ । ତାହେଲେ ତେଲରେ ଏହି ଦୁଇଟି ଜିନିଷ କିପରି ମିଶାଇ ବ୍ୟବହାର କରିବା ଆସନ୍ତୁ ସେ ସମ୍ପର୍କରେ ଜାଣିବା ।

    ପିଆଜ ଏବଂ କଳାଜିରା ତେଲ କିପରି ତିଆରି କରିବେ :
    ପିଆଜ ଏବଂ କଳାଜିରା ତେଲ ତିଆରି କରିବା ପାଇଁ ସୋରିଷ ତେଲ କିମ୍ବା ନଡ଼ିଆ ତେଲ ନିଅନ୍ତୁ । ଏହା ପରେ ଏକ ପ୍ୟାନରେ ତେଲ ନେଇ ଗରମ କରନ୍ତୁ ଏବଂ ତେଲ ଗରମ ହୋଇଗଲେ ଏଥିରେ ୧ ଚାମଚ କଳାଗିରା ମିଶାନ୍ତୁ । ପରେ ତେଲରେ ଛୋଟ ଛୋଟ ଖଣ୍ଡ ପିଆଜ କଟା ପକାନ୍ତୁ ଏବଂ ପିଆଜକୁ ବ୍ରାଉନ୍‌ ହେବା ପର୍ଯ୍ୟନ୍ତ ଭାଜନ୍ତୁ । ଏହା ସହ ଯଦି ଆପଣ ଚାହିଁବେ, ଆପଣ ଏଥିରେ ୧ ଚାମଚ କଳାଜିରା ମଧ୍ୟ ମିଶାଇ ସବୁକିଛି ଭଲ ଭାବେ ଫୁଟାଇ ପାରିବେ । ଏହା ପରେ ତେଲକୁ ଥଣ୍ଡା ହେବାକୁ ଦିଅନ୍ତୁ ଏବଂ ଏହାକୁ କିଛି ସମୟ ପ୍ୟାନରେ ଛାଡି ଦିଅନ୍ତୁ । ଯେତେବେଳେ ତେଲ ଥଣ୍ଡା ହୋଇଯିବ, ଏହାକୁ ଏକ ପାତ୍ରରେ ଛାଣନ୍ତୁ ଏବଂ କେଶରେ ତେଲ ଭଲ ଭାବରେ ଲଗାନ୍ତୁ । ଅବଶିଷ୍ଟ ବଞ୍ଚି ଥିବା ତେଲକୁ ଏକ ବୋତଲରେ ରଖନ୍ତୁ ଏବଂ କେଶ ଧୋଇବା ପୂର୍ବରୁ ଏହାକୁ ମାଲିସ୍ କରନ୍ତୁ । ଏହି ତେଲକୁ ସପ୍ତାହରେ ଅତି କମରେ ୨ ରୁ ୩ ଥର କେଶରେ ଭଲ ଭାବରେ ଲଗାନ୍ତୁ । ଏହା ପରେ ଦେଖିବେ କେଶ କିଛି ଦିନ ମଧ୍ୟରେ ଲମ୍ବା ଏବଂ କଳା ହେବାକୁ ଲାଗିବ । ତେବେ ଏହି ତେଲ କେଶର ଲମ୍ବ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।

    ଜାଣନ୍ତୁ କଳାଜିରା ଏବଂ ପିଆଜ ତେଲର ଉପକାରତା :
    ଏହି ତେଲକୁ କେଶରେ ଲଗାଇଲେ ଧଳା କେଶର ସମସ୍ୟା କମିବା ଆରମ୍ଭ କରେ । ତେବେ କଳାଜିରା ଏବଂ ପିଆଜ ରସ କେଶକୁ ମଜବୁତ କରେ ଏବଂ କେଶ ଝଡ଼ିବା ଏବଂ ଫାଟିବା କମିଯାଏ । ଏପରି ଭାବେ ରକ୍ତ ସଞ୍ଚାଳନ ଭଲ ହୋଇଥାଏ । ଯଦି କେଶରେ କୌଣସି ପ୍ରକାରର ଇନ୍‌ଫେକ୍ସନ୍‌ ଥାଏ, ତେବେ ଏହି ତେଲ ଲଗାଇବା ଇନ୍‌ଫେକ୍ସନ୍‌କୁ ଦୂର କରିବାରେ ମଧ୍ୟ ସାହାଯ୍ୟ କରିଥାଏ । ଏହି ତେଲ ବ୍ୟବହାର କରିବା ଦ୍ୱାରା ରୁପି ସମସ୍ୟା ମଧ୍ୟ ଦୂର ହୋଇଥାଏ ।  ତେବେ ଯେଉଁ ଲୋକମାନେ ନିଜ କେଶରେ କଲର କିମ୍ବା କୌଣସି ପ୍ରକାରର କେମିକାଲ ବ୍ୟବହାର କରନ୍ତି । ସେମାନଙ୍କ କେଶ ଅଧିକ ପରିମାଣରେ ଝଡିବାକୁ ଆରମ୍ଭ କରିଥାଏ । ସେଥିପାଇଁ ଏହି ତେଲ ଆପଣଙ୍କ ପାଇଁ ଲାଭଦାୟକ ହେବ । ପିଆଜ ଓ କଳାଜିରା ତେଲ ଲଗାଇବା ଦ୍ୱାରା ନୂଆ କେଶ ମଧ୍ୟ ବଢିବାକୁ ଆରମ୍ଭ କରିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.8 ° C
    28.8 °
    28.8 °
    17 %
    1.7kmh
    1 %
    Thu
    32 °
    Fri
    34 °
    Sat
    36 °
    Sun
    37 °
    Mon
    38 °

    ସମ୍ବନ୍ଧିତ