Monday, September 28, 2026
27.5 C
Odisha

    ଆପଣ ମଧ୍ୟ ବେଡ୍‌ରେ ବସି କାମ କରୁଛନ୍ତି କି? ରାହୁ-କେତୁ ବିଗାଡ଼ି ପାରନ୍ତି ଆପଣଙ୍କ ଖେଳ

    ଆଗକୁ ପଢନ୍ତୁ

    ଆଜିକାଲି ‘ୱର୍କ ଫ୍ରମ ହୋମ’ ସମୟରେ ଶୋଇବା ଶଯ୍ୟାକୁ ହିଁ ୱର୍କ ଷ୍ଟେସନ କରିଦେବା ଏକ ସାଧାରଣ ଅଭ୍ୟାସରେ ପରିଣତ ହୋଇଛି। କିନ୍ତୁ ବାସ୍ତୁ ଶାସ୍ତ୍ର ଏବଂ ଜ୍ୟୋତିଷ ଗଣନା ଅନୁଯାୟୀ, ଏହି ଅଭ୍ୟାସ ଆପଣଙ୍କ ସଫଳତାରେ ବାଧା ସୃଷ୍ଟି କରିବା ସହିତ ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟାର କାରଣ ମଧ୍ୟ ହୋଇପାରେ।

    ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୋଇବା ଶଯ୍ୟା ବା ବିଛଣା ହେଉଛି ଆରାମ ଏବଂ ନିଦ୍ରାର ସ୍ଥାନ, ଯାହା ଶୁକ୍ର ଗ୍ରହଙ୍କ ସହିତ ଜଡ଼ିତ। ଅନ୍ୟପଟେ, କାମ କରିବା ବା ପରିଶ୍ରମ କରିବା ଶନିଙ୍କ କାରକ ଅଟେ। ଯେତେବେଳେ ଆପଣ ବିଛଣାରେ ବସି କାମ କରନ୍ତି, ସେତେବେଳେ ଶକ୍ତିର ସନ୍ତୁଳନ ବିଗିଡ଼ିଯାଏ।

    ରାହୁ–କେତୁଙ୍କ ପ୍ରଭାବ: ବିଛଣାରେ ବସି କାମ କଲେ ରାହୁ ସକ୍ରିୟ ହୋଇଥାନ୍ତି। ଏହାଦ୍ୱାରା ମନରେ ଭ୍ରମ ସୃଷ୍ଟି ହୁଏ, ଏକାଗ୍ରତା କମିଯାଏ ଏବଂ ନିଷ୍ପତ୍ତି ନେବାରେ ଅସୁବିଧା ହୁଏ। ଏହା ଆପଣଙ୍କୁ ଅଳସୁଆ କରିବା ସହ କାମରେ ବାଧା ଉପୁଜାଏ।   ଅସଜଡ଼ା ବିଛଣାରେ ବସି କାମ କରିବା ଦ୍ୱାରା କେତୁଙ୍କ ଅଶୁଭ ପ୍ରଭାବ ପଡ଼ିଥାଏ, ଯାହା ମାନସିକ ଅଶାନ୍ତି ଏବଂ ଅଜଣା ଭୟ ସୃଷ୍ଟି କରିପାରେ।

    ବାସ୍ତୁ ଅନୁସାରେ, ଶୋଇବା ଘରେ କାମ କରିବା ଦ୍ୱାରା ସେହି ସ୍ଥାନର ସକାରାତ୍ମକ ଶକ୍ତି ନଷ୍ଟ ହୋଇଥାଏ। ଏହାଦ୍ୱାରା କ୍ୟାରିୟରରେ ଉନ୍ନତି ଅଟକିଯାଏ ଏବଂ ପରିବାରରେ କଳହ ହେବାର ସମ୍ଭାବନା ରହିଥାଏ। ତେଣୁ ସଫଳତା ପାଇଁ ସବୁବେଳେ ଏକ ନିର୍ଦ୍ଦିଷ୍ଟ ଟେବୁଲ୍ ଏବଂ ଚେୟାର ବ୍ୟବହାର କରିବା ଉଚିତ୍।

    ସ୍ୱାସ୍ଥ୍ୟ ଉପରେ ପଡ଼ୁଥିବା କୁପ୍ରଭାବ: ଦୀର୍ଘ ସମୟ ଧରି ଶଯ୍ୟାରେ ବସି କାମ କରିବା ଶାରୀରିକ ଏବଂ ମାନସିକ ସ୍ତରରେ କ୍ଷତିକାରକ:

    ଖରାପ ପୋଶ୍ଚର: ଶଯ୍ୟାରେ ମେରୁଦଣ୍ଡକୁ ସଠିକ୍ ସପୋର୍ଟ ମିଳିନଥାଏ, ଯାହାଫଳରେ ପିଠି ଯନ୍ତ୍ରଣା, ସ୍ଲିପ୍ ଡିସ୍କ ଏବଂ ବେକ ଜଡ଼ିଯିବା ଭଳି ସମସ୍ୟା ଦେଖାଦେଇପାରେ।

    ଅନିଦ୍ରା: ଯେତେବେଳେ ମସ୍ତିଷ୍କ ଶଯ୍ୟାକୁ ହିଁ ୱାର୍କଷ୍ଟେସନ ବୋଲି ଭାବିବାକୁ ଲାଗେ, ସେତେବେଳେ ଏହା ଆରାମ ପାଇପାରେ ନାହିଁ। ଏହାଦ୍ୱାରା ନିଦ ନ ହେବା ସମସ୍ୟା ଏବଂ ମାନସିକ ଚାପ ବୃଦ୍ଧି ପାଇଥାଏ।

    ଆଳସ୍ୟ ଏବଂ ହତାଶା: କାମ ସମୟରେ ଶରୀରରେ ଆଳସ୍ୟ ଭରି ରହେ, ଯାହାଫଳରେ ଡେଡଲାଇନ ମିସ ହେବାର ଭୟ ଏବଂ ପରିଶେଷରେ ହତାଶା ବଢ଼ିଥାଏ।

    ସଫଳତା ଏବଂ ସକାରାତ୍ମକତା ପାଇଁ ଉପାୟ: ଯଦି ଆପଣ ଘରୁ କାମ କରୁଛନ୍ତି, ତେବେ ଏହି ବାସ୍ତୁ ଉପାୟଗୁଡ଼ିକୁ ଆପଣାଇ ନିଜର ଶକ୍ତି ଏବଂ ଉତ୍ପାଦକତା ବୃଦ୍ଧି କରିପାରିବେ:

    ଶଯ୍ୟାଠାରୁ ଦୂରରେ ଏକ ଅଲଗା ଟେବୁଲ୍ ଏବଂ ଚୌକି ଚୟନ କରନ୍ତୁ। ଯଦି ସମ୍ଭବ ହୁଏ, ନିଜର ୱାର୍କ ଟେବୁଲକୁ ଘରର ଉତ୍ତର କିମ୍ବା ପୂର୍ବ କୋଣରେ ରଖନ୍ତୁ। ଏହି ଦିଗଗୁଡ଼ିକ ସକାରାତ୍ମକତା ଏବଂ ନୂତନ ସୁଯୋଗ ପାଇଁ ସର୍ବୋତ୍ତମ ବୋଲି ବିବେଚନା କରାଯାଏ।

    ସ୍ୱଚ୍ଛତାର ମହତ୍ତ୍ୱ: ରାହୁଙ୍କ ନକାରାତ୍ମକ ପ୍ରଭାବକୁ ହ୍ରାସ କରିବା ପାଇଁ ନିଜ କାର୍ଯ୍ୟସ୍ଥଳରେ ପୁରୁଣା କାଗଜ କିମ୍ବା ଆବର୍ଜନା ଜମା ହେବାକୁ ଦିଅନ୍ତୁ ନାହିଁ। ସେହି ସ୍ଥାନକୁ ପ୍ରତିଦିନ ସଫା କରନ୍ତୁ।

    ଶକ୍ତିର ଶୁଦ୍ଧିକରଣ: କାର୍ଯ୍ୟକ୍ଷେତ୍ରରେ ସକାରାତ୍ମକ ଶକ୍ତି ବଜାୟ ରଖିବା ପାଇଁ କପୁର ଜଳାନ୍ତୁ କିମ୍ବା ହାଲୁକା ଅଗରବତୀ ବ୍ୟବହାର କରନ୍ତୁ। ଏହାଦ୍ୱାରା ବାୟୁମଣ୍ଡଳ ଶୁଦ୍ଧ ହୁଏ ଏବଂ ଏକାଗ୍ରତା ବୃଦଧି ପାଏ।

    ବସିବାର ଦିଗ: କାମ କରିବା ସମୟରେ ନିଜ ମୁହଁକୁ ଉତ୍ତର କିମ୍ବା ପୂର୍ବ ଦିଗକୁ ରଖନ୍ତୁ। ଏହାଦ୍ୱାରା ମାନସିକ ସ୍ପଷ୍ଟତା ବଜାୟ ରହିଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    27.5 ° C
    27.5 °
    27.5 °
    75 %
    2.2kmh
    7 %
    Mon
    29 °
    Tue
    30 °
    Wed
    29 °
    Thu
    30 °
    Fri
    31 °

    ସମ୍ବନ୍ଧିତ