ବର୍ତ୍ତମାନ ସମୟରେ ବିଭିନ୍ନ ପ୍ରକାରର ରୋଗ ଦେଖାଦେଉଛି । ଏଥି ମଧ୍ୟରୁ ହାଇ-ବ୍ଳଡ୍ ପ୍ରେସରର ମାତ୍ରା ବହୁତ ଅଧିକ ରହିଛି । ଆପଣଙ୍କୁ କହି ରଖୁଛୁ ଯେ ଯଦି ବ୍ଲଡ୍ ପ୍ରେସର୍ ୧୨୦/୮୦ ରୁ ଅଧିକ ହୁଏ ,ତେବେ ଖାଦ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡିବ । ହାଇ ବ୍ଲଡ୍ ପ୍ରେସର ରୋଗୀମାନେ ନିଜ ଜୀବନଶୈଳୀରେ ଷ୍ଟ୍ରେସ୍, ନିଦ ଏବଂ ଡାଏଟ୍ ବାଲାନ୍ସକରିବା ସହିତ ଖାଇବାରେ କିଛି ଫଳକୁ ମଦ୍ୟ ସାମିଲକରିବା ଉଚିତ୍ । ଏପରି ଏକ ଫଳ ରହିଛି,ଯାହାକୁ ଖାଇଲେ ଆପଣଙ୍କ ସମସ୍ୟା ଦୂର ହେବାକୁ ଲାଗିବ । ଏଥି ସହ ହାଇ-ବ୍ଲଡ୍ ପ୍ରେସର କଣ୍ଟ୍ରୋଲରେ ମଧ୍ୟ ରହିବ । ତେବେ ଆସନ୍ତୁ ଜାଣିବା ଏହି ଫଳର ନାମ କ‘ଣ ?
ଏହି ଫଳର ନାମ ହେଉଛି – ‘ଆପ୍ରିକଟ’ । ଆପ୍ରିକଟ କେବଳ ବ୍ଲଡ୍ ପ୍ରେସରକୁ ବାଲାନ୍ସ କରେ ନାହିଁ ବରଂ ହାର୍ଟ ହେଲ୍ଥରେ ମଧ୍ୟ ସହାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ହାଇ ବ୍ଲଡ୍ ପ୍ରେସରରେ ଆପ୍ରିକଟ୍ ଖାଇବାର ଲାଭ ।
ପୁଷ୍ଟିସାରରେ ଭରପୂର ଆପ୍ରିକୋଟ୍ : ଆପ୍ରିପୋଟରେ ଭିଟାମିନ୍ ଏ, ସି, ଫାଇବର ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ପରିମାଣରେ ଥାଏ । ଯାହା ପାଚନ ଶକ୍ତି ବ୍ରୁଦ୍ଧି କରିବା ଆଖି ଏବଂ ଚର୍ମ ସ୍ବାସ୍ଥ୍ୟରେ ଉନ୍ନତି ଆଣିବା ଏବଂ ରୋଗ ପ୍ରତିରୋଧକ ଶକ୍ତିକୁ ବ୍ରୁଦ୍ଧି କରିବା ଭଳି ଅନେକ ସ୍ବାସ୍ଥ୍ୟ ସମସ୍ୟାରେ ଉନ୍ନତି କରିବାରେ ସାହାଯ୍ୟ କରିଥାଏ । ଆପ୍ରିକୋଟରେ ଅନେକ ଆଣ୍ଟଅକ୍ସିଡାଣ୍ଟ ମଧ୍ୟ ଥାଏ, ଯାହା ମେଦବହୁଳତା, ମଧୁମେହ ଏବଂ ହ୍ରୁଦରୋଗର ଆଶଙ୍କା କମାଇବାରେ ସାହାଯ୍ୟ କରେ । ଏଥି ସହ ଆପ୍ରିକୋଟ ହାଇ ବ୍ଲଡ୍ ପ୍ରେସରକୁ ମଧ୍ୟ କମ୍ କରିଥାଏ । ଏହା ବ୍ୟତୀତ, ଏହି ଫଳ ଶରୀରରେ ସୋଡିୟମ ସ୍ତରକୁ ମଧ୍ୟ ନିୟନ୍ତ୍ରଣ କରେ ଯାହା ହାର୍ଟକୁ ସୁସ୍ଥ ରଖେ ।
ହାଇ ବ୍ଲଡ୍ ପ୍ରେସର ପାଇଁ ଆପ୍ରିକଟର ଲାଭ : ପୋଟାସିୟରେ ଭରପୂର ଆପ୍ରିକଟ, ରକ୍ତବାହୀ ନଳୀରେ ଚାପ କମାଇବା ପାଇଁ ଜଣାଶୁଣା । ଏଥି ସହ ଏହା ରକ୍ତ ସଞ୍ଚାଳନକୁ ଉନ୍ନତ କରିବାରେ ସାହାଯ୍ୟ ମଧ୍ୟ କରିଥାଏ । ଏହା ହାର୍ଟ ଉପରେ ଚାପ ପକାଏ ନାହିଁ ଏବଂ ବ୍ଲଡ ପ୍ରେସର ସନ୍ତୁଳନ ରହିଥାଏ।ଏହା ବ୍ୟତୀତ, ଏହାର ଆଇରନ୍ ଶରୀରରେ ହିମୋଗ୍ଲୋବିନ୍ ବ୍ରୁଦ୍ଧି କରିବାରେ ସହାୟକ ହୋଇଥାଏ । ଯାହା ଦ୍ବାରା ଶରୀରରେ ରକ୍ତ ଗଠନ ହୋଇଥାଏ ଏବଂ ଏହାର ସଞ୍ଚାଳନ ଉନ୍ନତ ହୋଇଥାଏ ।
କିପରି ଖାଇବେ ଆପ୍ରିକଟ୍ : ଯଦି ଆପଣ ହାଇ ବ୍ଲଡ୍ ପ୍ରେସର ରୋଗୀ, ତେବେ ଆପଣ ତାଜା ଆପ୍ରିକଟ୍ ଖାଇବା ଉଚିତ୍ । ଏଥିରେ ସର୍ବାଧିକ ପରିମାଣରେ ଆଣ୍ଟିଅକ୍ସିଡାଣ୍ଟ ଏବଂ ଫ୍ଲାଭୋନଏଡ୍ସ ରହିଛି, ଯାହା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । କିନ୍ତୁ, ଯଦି ଆପଣ ଏହା ପାଇପାରୁ ନାହାଁନ୍ତି, ତେବେ ଶୁଖିଲା ଆପ୍ରିକଟ୍ ପାଣିରେ ଭିଜାଇ ରଖନ୍ତୁ ଏବଂ ସକାଳେ ଖାଲି ପେଟରେ ପାଣି ସହିତ ଖାଆନ୍ତୁ । ଏହାକୁ ଆପଣ ନିୟମିତ ଭାବରେ କରନ୍ତୁ, ଦେଖିବେ ଆପଣଙ୍କର ସମସ୍ତ ସ୍ବାସ୍ଥ୍ୟ ସମସ୍ୟା ଦୂର ହେବାକୁ ଲାଗିବ ।