Saturday, October 10, 2026
23.6 C
Odisha

    ଆଫଗାନିସ୍ତାନରେ ପାକ୍‌ର ବିମାନ ଆକ୍ରମଣ, ୪୬ ମୃତ ଆଫଗାନିସ୍ତାନରେ ଆତଙ୍କବାଦୀ

    ଆଗକୁ ପଢନ୍ତୁ

    କାବୁଲ: ଆଫଗାନିସ୍ତାନରେ ଆତଙ୍କବାଦୀ ଆଡ଼ା ଧ୍ବଂସ କରିବା ପାଇଁ ପାକିସ୍ତାନ ଗତରାତିରୁ ବଡ଼ ଧରଣର ସାମରିକ ଅଭିଯାନ ଅଭିଯାନ ଆରମ୍ଭ କରିଛି। ପାକ୍‌ ବାୟୁସେନାର ପ୍ରବଳ ବୋମାମାଡ଼ ଯୋଗୁଁ ପକ୍‌ତିକା ପ୍ରଦେଶରେ ୪୬ ଜଣ ଆଫ୍‌ଗାନ ନାଗରିକଙ୍କ ମୃତ୍ୟୁ ଘଟିଛି। ଆଫଗାନିସ୍ତାନ-ତାଲିବାନର ମୁଖପାତ୍ର ହମଦୁଲ୍ଲା ଫିତରତ୍‌ଙ୍କ କହିବାନୁସାରେ ପକ୍‌ତିକା ପ୍ରଦେଶରେ ପାକିସ୍ତାନର ଦୁଇଟି ବୋମାବର୍ଷୀ ବିମାନ ଏକାଧିକ ପର୍ଯ୍ୟାୟରେ ଆକ୍ରମଣ କରିଛି। ଆଫ୍‌ଗାନିସ୍ତାନ ତୁରନ୍ତ ଏୟାର ଷ୍ଟ୍ରାଇକ୍‌ର ଜବାବ ଦେଇନଥିଲେ ମଧ୍ୟ ଆକ୍ରମଣର ପ୍ରତିଶୋଧ ଯେ କୌଣସି ସମୟରେ ନିଆଯିବ ବୋଲି କହିଛି। ମାର୍ଚ୍ଚ ପରଠାରୁ ‘ତେହରିକ ଏ ପାକିସ୍ତାନୀ ତାଲିବାନ’ର ଆଶ୍ରୟସ୍ଥଳୀ ଉପରେ ଏହା ହେଉଛି ପାକିସ୍ତାନର ଦ୍ୱିତୀୟ ଆକ୍ରମଣ।
    ଯେକୌଣସି ସମୟରେ ପ୍ରତିଶୋଧ ନେବୁ: ତାଲିବାନ

    ଆଫଗାନିସ୍ତାନ ସୀମାବର୍ତ୍ତୀ ଅଞ୍ଚଳରେ ଗୁଇନ୍ଦାଭିତ୍ତିକ ଆକ୍ରମଣ ହୋଇଛି ଏବଂ ଆମେ କେବଳ ଆତଙ୍କୀ ଶିବିର ଧ୍ବଂସ କରିଛୁ ବୋଲି ପାକିସ୍ତାନ କହିଛି। ତେବେ ଏଭଳିଏକତରଫା ପଦକ୍ଷେପ କୌଣସି ସମସ୍ୟାର ସମାଧାନ କରିପାରିବ ନାହିଁ ଏବଂ ପାକିସ୍ତାନକୁ ଏହାର ପରିଣାମ ଭୋଗିବାକୁ ପଡ଼ିବ ବୋଲି ତାଲିବାନ ଆଭ୍ୟନ୍ତରୀଣ ମନ୍ତ୍ରୀ କହିଛନ୍ତି।

    ଏହି ଆକ୍ରମଣରେ ‘ପାକିସ୍ତାନ ତେହେରିକ ଏ ତାଲିବାନ’ର ଏକ ପ୍ରଶିକ୍ଷଣ କେନ୍ଦ୍ରକୁ ଧ୍ୱଂସ ହୋଇଥିବା ବେଳେ ଆଜି ଅପରାହ୍ନ ସୁଦ୍ଧା ୪୬ ଜଣଙ୍କ ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି। ଏହି ଆକ୍ରମଣରେ ଲାମନ ସମେତ ୭ଟି ଗାଁକୁ ଟାର୍ଗେଟ କରାଯାଇଥିଲା। ବରମାଲ୍‌ର ମୁର୍ଗ ବଜାର ଗାଁ ଧ୍ୱଂସ ହୋଇଯାଇଥିବା କିଛି ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି। ତାଲିବାନ ଏହି ଆକ୍ରମଣକୁ କଡ଼ା ନିନ୍ଦା କରି କହିଛି ଯେ ନିହତଙ୍କ ମଧ୍ୟରେ ଅଧିକାଂଶ ୱାଜିରସ୍ତାନୀଶରଣାର୍ଥୀ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.5kmh
    1 %
    Sat
    23 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ