Tuesday, September 29, 2026
23.8 C
Odisha

    ୧୧ ଜଣଙ୍କୁ ଲିଫ୍ଟ ଦେଇ ହତ୍ୟା: ସିରିୟଲ କିଲର ଗିରଫ

    ଆଗକୁ ପଢନ୍ତୁ

    ଅମୃତସର: ପଞ୍ଜାବରେ ୧୮ ମାସ ମଧ୍ୟରେ ୧୧ ଜଣଙ୍କୁ ଲିଫ୍ଟ ଦେଇ ହତ୍ୟା କରିବା ପରେ ଲୁଟ୍ କରିଥିବା ଜଣେ ସିରିଏଲ କିଲରକୁ ମଙ୍ଗଳବାର ରୂପନଗର ଜିଲ୍ଲାରୁ ଗିରଫ କରାଯାଇଛି। ଅଭିଯୁକ୍ତ ଜଣକ ହେଲା ହୋସିଆରପୁର ଗଡ଼ଶଙ୍କର ଚୌରା ଗ୍ରାମର ରାମ ସରୂପ (୩୩), ଯିଏ କି ଜଣେ ସମଲିଙ୍ଗୀ ଓ ନିଶାସକ୍ତ ବ୍ୟକ୍ତି। ପୁଲିସ ସୂଚନା ଅନୁଯାୟୀ, ପୀଡ଼ିତମାନେ ସମସ୍ତେ ସେହି ପୁରୁଷ, ଯେଉଁମାନଙ୍କୁ ଲିଫ୍ଟ ଦେବା ପରେ ସ୍ବରୂପ ଯୌନ ସମ୍ପର୍କ ରଖିଥିଲା। ଏହାପରେ ପୀଡ଼ିତଙ୍କ ସହ ଝଗଡ଼ା ହେବା କିମ୍ବା ଟଙ୍କା ଦେବାକୁ ମନା କରିବା ପରେ ଅଭିଯୁକ୍ତ ସେମାନଙ୍କୁ ଲୁଟ୍ କରି ହତ୍ୟା କରୁଥିଲା। ଅଧିକାଂଶ ମାମଲାରେ ଅଭିଯୁକ୍ତ ଜଣକ ପୀଡ଼ିତଙ୍କୁ ବେକରେ ଲୁଗା ବାନ୍ଧି ହତ୍ୟା କରିଥିବା ବେଳେ ଅନ୍ୟ କେତେକ ମାମଲାରେ ମୁଣ୍ଡକୁ ଆଘାତ ଦେଇ ହତ୍ୟା କରିଛି। ଗୋଟିଏ ହତ୍ୟାକାଣ୍ଡରେ ଅଭିଯୁକ୍ତ ଜଣକ ପୀଡ଼ିତଙ୍କ ପିଠିରେ ‘ଧୋକେବାଜ’ ବୋଲି ଲେଖିଥିଲା- ଯିଏ କି ଏକ ଘରୋଇ କାରଖାନାରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିବା ଜଣେ ପୂର୍ବତନ ସୈନିକ ଥିଲେ।

    ଗତ ଅଗଷ୍ଟ ୧୮ ତାରିଖରେ ଟୋଲ ପ୍ଲାଜା ମୋଦ୍ରାରେ ଚା’ ଓ ପାଣି ପରିବେଷଣ କରୁଥିବା ଜଣେ ୩୭ ବର୍ଷୀୟ ବ୍ୟକ୍ତିଙ୍କୁ ହତ୍ୟା ଘଟଣାରେ ଅଭିଯୁକ୍ତକୁ ପ୍ରଥମେ ଗିରଫ କରାଯାଇଥିଲା। ପଚରାଉଚରା ବେଳେ ସରୂପ ଆହୁରି ୧୦ ଜଣଙ୍କୁ ହତ୍ୟା କରିଥିବା ସ୍ବୀକାର କରିଛି। ସେଥିମଧ୍ୟରୁ ୫ଟି ମାମଲା ଚିହ୍ନଟ ହୋଇଥିବା ବେଳେ ବାକି ହତ୍ୟାକାଣ୍ଡର ଖୋଳତାଡ଼ ଜାରି ରହିଛି। ସିରିଏଲ କିଲର ରୂପନଗର, ହୋସିଆରପୁର ଓ ଫତେଗଡ଼ ଜିଲ୍ଲାବାସୀଙ୍କୁ ହତ୍ୟା କରିଛି।
    ଅଧିକାରୀମାନେ କହିଛନ୍ତି ଯେ, ଶ୍ରମିକ ଭାବରେ କାମ କରୁଥିବା ଅଭିଯୁକ୍ତ ଜଣକ ଡ୍ରଗ୍ସ ସେବନ କରୁଥିଲା। ସିରିଏଲ କିଲରର କହିବା ଅନୁଯାୟୀ, ସେ ଦୁଃଖ ଅନୁଭବ କରିବାରୁ ହତ୍ୟା କରିବା ପରେ ପୀଡ଼ିତଙ୍କ ପାଦ ଛୁଇଁ କ୍ଷମା ମାଗୁଥିଲା। ନିଶାଗ୍ରସ୍ତ ହେବା ପରେ ହିଁ ସେ ଅପରାଧ ଘଟାଇଥିବା ସ୍ୱୀକାର କରିଛି। ଅଭିଯୁକ୍ତ ଜଣକ ୩ଟି କମ୍ ବୟସର ଝିଅଙ୍କୁ ବିବାହ କରିଥିଲେ ମଧ୍ୟ ସମଲିଙ୍ଗୀ ସମ୍ପର୍କ କାରଣରୁ ଦୁଇ ବର୍ଷ ତଳେ ତା’ ପରିବାର ଲୋକେ ତାକୁ ଛାଡ଼ି ଦେଇଥିଲେ। ଅଭିଯୁକ୍ତକୁ ଆଜି କୋର୍ଟ ଚାଲାଣ ପରେ ଜେରା ପାଇଁ ପୁଲିସ ରିମାଣ୍ଡରେ ନେଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.8 ° C
    23.8 °
    23.8 °
    84 %
    1.5kmh
    7 %
    Tue
    24 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ