Wednesday, June 3, 2026
31.9 C
Odisha

    ଆବୁଧାବି ଯାଉଥିବା ଇଣ୍ଡିଗୋ ବିମାନରେ ଯାନ୍ତ୍ରିକ ତ୍ରୁଟି, ଅଧାରୁ କୋଚି ଫେରିଲା ବିମାନ, ୧୮୦ ଯାତ୍ରୀ ସୁରକ୍ଷିତ

    ଆଗକୁ ପଢନ୍ତୁ

    କୋଚି   :  କେରଳର କୋଚି ବିମାନବନ୍ଦରୁ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଆକାଶରୁ ଫେରିଆସିଛି । ବିମାନଟି କୋଚିରୁ ଆବୁଧାବିକୁ ଯାଉଥିଲା । ଉଡ଼ାଣ ଭରିବାର କିଛି ସମୟ ପରେ ତ୍ରୁଟି ଦେଖାଦେବାରୁ ବିମାନକୁ ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଫଳରେ ୧୮୦ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି ।

    ଖବର ମୁତାବକ, ଇଣ୍ଡିଗୋ ବିମାନ 6E-୧୪୦୩ ଶୁକବ୍ରାର ରାତି ୧୧.୧୦ ମିନିଟ ସମୟରେ କୋଚିରୁ ଉଡ଼ାଣ ଭରିଥିଲା । ପ୍ରାୟ ୨ ଘଣ୍ଟା ଉଡ଼ାଣ ଭରିବା ପରେ ୧.୪୪ ମିନିଟର ବିମାନରେ ବିମାନରେ ଯାନ୍ତ୍ରିକ ତ୍ରୁଟି ଜଣାପଡିଥିଲା । ଏହା ଜଣାପଡିବା ପରେ ବିମାନକୁ କୋଚି ଫେରାଇ ଆଣିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ତେବେ ଏହି ବିମାନରେ ୧୮୦ ଜଣ ଯାତ୍ରୀ ସହିତ କ୍ରୁ ମେମ୍ବର ମଧ୍ୟ ରହିଥିଲେ । ସମସ୍ତ ଯାତ୍ରୀମାନଙ୍କୁ କୋଚି ବିମାନବନ୍ଦରରେ ଓହ୍ଲାଇ ଦିଆଯାଇ ରାତି ୩.୩୦ ମିନିଟରେ ଅନ୍ୟ ଏକ ବିମାନ ଜରିଆରେ ଆବୁଧାବିକୁ ପଠାଯାଇଥିଲା । ତେବେ ଇଣ୍ଡିଗୋ ତରଫରୁ ତତ୍କାଳ କୌଣସି ଟିପ୍ପଣୀ ଜାରି କରାଯାଇନଥିଲା ।

     

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    31.9 ° C
    31.9 °
    31.9 °
    43 %
    3kmh
    69 %
    Wed
    31 °
    Thu
    41 °
    Fri
    38 °
    Sat
    40 °
    Sun
    43 °

    ସମ୍ବନ୍ଧିତ