Sunday, October 4, 2026
23.3 C
Odisha

    ମହିଳା ଏସିଆ କପ୍‌ ହକି: ଭାରତର ବୃହତ୍‌ ବିଜୟ

    ଆଗକୁ ପଢନ୍ତୁ

    ହାଙ୍ଗଝୁ  : ମହିଳା ଏସିଆ କପ୍‌ ହକି ଚମ୍ପିଆନସିପ୍‌-୨୦୨୫ରେ ଭାରତ ବୃହତ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ଚୀନର ହାଙ୍ଗଝୁରେ ଶୁକ୍ରବାର ଆରମ୍ଭ ହୋଇଥିବା ପ୍ରତିଯୋଗିତାର ଗ୍ରୁପ- ବି ର ପ୍ରଥମ ମ୍ୟାଚରେ ଭାରତ ୧୧-୦ ଗୋଲରେ ଥାଇଲାଣ୍ଡକୁ ପରାସ୍ତ କରିଛି। ଉକ୍ତ ବିଜୟ ସହ ଭାରତ ୩ ପଏଣ୍ଟ ପାଇଛି। ଏକତରଫା ଭାବେ ଖେଳା ଯାଇଥିବା ମ୍ୟାଚରେ ଭାରତ ପକ୍ଷରୁ ୭ ମିନିଟ୍‌ରେ ମମତାଜ ଖାନ ପ୍ର୍‌ଥମ ଓ ୧୦ ମିନିଟ୍‌ରେ ସଙ୍ଗୀତା କୁମାରୀ ଦ୍ବିତୀୟ ଗୋଲ ଦେଇଥିଲେ। ପ୍ରଥମ କ୍ବାର୍ଟର ସୁଦ୍ଧା ଭାରତ ୨-୦ ଗୋଲରେ ଆଗୁଆ ରହିଥିଲା। ଦ୍ବିତୀୟ କ୍ବାର୍ଟର ତଥା ଖେଳର ୧୬ ମିନିଟ୍‌ରେ ନବନୀତ କୌର ତୃତୀୟ, ୧୮ ମିନିଟ୍‌ରେ ଲାଲରେମସିଆମି ଚତୁର୍ଥ ଗୋଲ ଦେଇଥିଲେ। ୩୦ ମିନିଟ୍‌ରେ ଭାରତକୁ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ଉଦିତା ଗୋଲରେ ପରିଣତ କରିଥିଲେ। ପ୍ରଥମାର୍ଦ୍ଧ ସୁଦ୍ଧା ଭାରତ ୫-୦ ଗୋଲରେ ଆଗୁଆ ରହିଥିଲା। ୪୫ ମିନିଟ୍‌ରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ବିୟୁଟି ଡୁଙ୍ଗଡୁଙ୍ଗ ଗୋଲରେ ପରିଣତ କରିଥିଲେ। ତୃତୀୟ କ୍ବାର୍ଟର ସୁଦ୍ଧା ଭାରତ ୬-୦ ଗୋଲରେ ଆଗୁଆ ରହିଥିଲା। ୪୯ ମିନିଟ୍‌ରେ ଭାରତକୁ ଆଉ ଏକ ପେନାଲ୍ଟି କର୍ଣ୍ଣର ମିଳିଥିଲା। ଏହାକୁ ମୁୁମତାଜ ଖାନ ଗୋଲରେ ପରିଣତ କରି ଦଳକୁ ୭-୦ରେ ଆଗୁଆ କରିଥିଲେ। ୫୨ ମିନିଟ୍‌ରେ ଭାରତକୁ ମିଳିଥିବା ଏକ ପେନାଲ୍ଟି କର୍ଣ୍ଣରକୁ ଉଦିତା ଗୋଲରେ ପରିଣତ କରି ଦଳକୁ ୮-୦ରେ ଆଗୁଆ କରିଥିଲେ। ଭାରତ ପକ୍ଷରୁ ୫୪ ମିନିଟ୍‌ରେ ବିୟୁଟି ଡୁଙ୍ଗଡୁଙ୍ଗ ନବମ, ୫୭ ମିନିଟ୍‌ରେ ଶର୍ମିଳା ଦେବୀ ୧୦ତମ ଓ ୬୦ ମିନିଟ୍‌ରେ ଋତୁଜା ପିସାଲ ଦାଦାସୋ ୧୧ତମ ଗୋଲ ଦେଇଥିଲେ। ଭାରତ ୬ରେ ଦ୍ବିତୀୟ ମ୍ୟାଚ ଜାପାନ ସହ ଖେଳିବ। ସେହିପରି ଗ୍ରୁପ-ବି ର ଅନ୍ୟ ଏକ ମ୍ୟାଚରେ ଜାପାନ ୯-୦ ଗୋଲରେ ସିଙ୍ଗାପୁରକୁ ପରାସ୍ତ କରିଛି। ଏହି ବିଜୟ ସହ ଜାପାନ ୩ ପଏଣ୍ଟ ପାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.3 ° C
    23.3 °
    23.3 °
    74 %
    1.7kmh
    0 %
    Sun
    23 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ