Friday, January 24, 2025
17.7 C
Odisha

    ଆମଦାନୀ ହେଉଛି ପଲିଥିନ, ଚଢଉ ନାମକୁ ମାତ୍ର

    ଆଗକୁ ପଢନ୍ତୁ

    ରାଜ୍ୟରେ ପ୍ଲାଷ୍ଟିକ ବା ପଲିଥିନ ନିଷିଦ୍ଧ କରାଯାଇଛି । ହେଲେ ପଲିଥିନ ନିଷିଦ୍ଧ ହେବାର କିଛି ଦିନ ଯାଏ ଯଦିଓ ପଲିଥିନ କାରବାର ସାମାନ୍ୟ ହ୍ରାସ ପାଇଥିଲା ଏବେ କିନ୍ତୁ ୫୦ ମାଇକ୍ରନରୁ ଅଧିକ ମୋଟେଇ ବିଶିଷ୍ଟ ପଲିଥିନ କ୍ୟାରିବ୍ୟାଗର ବହୁଳ ବ୍ୟବହାର ସହରରେ ହେଉଥିବାର ପରିଲକ୍ଷିତ ହୋଇଛି । ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ପ୍ଲାଷ୍ଟିକ ନିଷିଦ୍ଧ ନେଇ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ସ୍ପଷ୍ଟ ଉଲ୍ଲେଖ ଥିବା ସତ୍ବେ ଚତୁରତାର ସହିତ ଉପରୋକ୍ତ ପଲିଥିନ ବ୍ୟବହାର କରାଯାଉଛି । ଫଳରେ ସ୍ଥିତି ଯଥା ପୂର୍ବଂ ତଥା ପରଂ ଭଳି ପ୍ରତୀୟମାନ ହୋଇଛି । ପଲିଥିନ ଉତ୍ପାଦନ କରୁଥିବା ୟୁନିଟ ଗୁଡିକ କ୍ୟାରିବ୍ୟାଗ ଆକୃତିରେ କୌଣସି ଉତ୍ପାଦ ବଜାରକୁ ଛାଡିପାରିବେ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶନାମା ରହିଥିଲେ ବି ଏହାକୁ ଉଲ୍ଲଘଂନ କରାଯାଉଛି ।
    ସୂଚନାନୁସାରେ କଟକ ଜଗତପୁର ଓ ଖପୁରିଆ ଠାରେ କେତେକ ପଲିଥିନ ପ୍ରସ୍ତୁତ କାରଖାନାରୁ ବେଧଡକ ଉତ୍ପାଦନ ହେଉଛି । କ୍ୟାରିବ୍ୟାଗ ପାଇଁ ବ୍ୟବହାର ହେଉଥିବା ପଲିଥିନ ବାହାର ରାଜ୍ୟରୁ ଆମଦାନୀ କରାଯାଉଛି । ଏହା ଉପରେ କିନ୍ତୁ କୌଣସି ରୋକ ଲଗାଯାଇପାରିନାହିଁ । ଗୁରୁତ୍ବପୂର୍ଣ୍ଣ ଏହିକି ଯେ ବିଶେଷକରି ମାଟିରେ ସହଜରେ ମିଶିପାରୁଥିବା ପଲିଥିନ ନାଁରେ ଅନ୍ୟ ପଲିଥିନ କ୍ୟାରି ବ୍ୟାଗର କାରବାର ବେଧଡକ ଚାଲିଛି । ଯେଉଁ ସବୁ ପଲିଥିନ ବା ପ୍ଲାଷ୍ଟିକ ମାଟିରେ ସତ୍ତା ହରାଉଥିବ ବା ସଂପୂର୍ଣ୍ଣ ରୂପେ ମିଶିଯାଉଥିବ ତାହା ବି ଇଣ୍ଡିଆନ ଷ୍ଟାଣ୍ଡାର୍ଡ ମାନ୍ୟତାପ୍ରାପ୍ତ ହୋଇଥିବା ଦରକାର । ସେହିପରି ପଲିଥିନ ପ୍ରସ୍ତୁତ କର୍ତ୍ତା ସଂସ୍ଥା ଗୁଡିକ ସହ ବିକ୍ରେତା ମାନେ ବି ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଠାରୁ ପ୍ରମାଣପତ୍ର ପାଇଥିବା ଆବଶ୍ୟକ । ହେଲେ ଏହାକୁ କଟକରେ ଆଦୌ ପାଳନ କରାଯାଉନାହିଁ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    17.7 ° C
    17.7 °
    17.7 °
    52 %
    1.4kmh
    1 %
    Thu
    18 °
    Fri
    32 °
    Sat
    32 °
    Sun
    32 °
    Mon
    32 °

    ସମ୍ବନ୍ଧିତ