Saturday, April 4, 2026
28.2 C
Odisha

    ଆମେରିକାରେ ଗୁଳିକାଣ୍ଡ: ୩୩ ମୃତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ;-ଆମେରିକାରେ ଜୁଲାଇ ୪ ସ୍ବାଧୀନତା ଦିବସ ପାଳନ ବେଳେ ବିଭିନ୍ନ ସ୍ଥାନରେ ଗୁଳିକାଣ୍ଡ ଘଟି ୩୩ ଜଣଙ୍କ ମୃତ୍ୟୁ ହୋଇଛି ଓ ଅନେକେ ଆହତ ହୋଇଛନ୍ତି। କେବଳ ସିକାଗୋରେ ଗୁଳିମାଡ଼ରେ ୧୧ ଜଣଙ୍କ ଜୀବନ ଯିବା ସହ ୫୫ ଜଣ ଆହତ ହୋଇଛନ୍ତି। ୧୭୭୬ ଜୁଲାଇ ୪ରେ ବ୍ରିଟିଶ ସରକାର ସ୍ବାଧୀନତା ଘୋଷଣାନାମାରେ ସ୍ବାକ୍ଷର କରିବା ପରେ ଆମେରିକା ସ୍ବାଧୀନ ହୋଇଥିଲା। ତେବେ ଆମେରିକା ଇତିହାସରେ ଏହି ଦିନ ସବୁଠୁ ମାରାତ୍ମକ ଦିବସ ହୋଇ ରହିଆସିଛି। ଅଧିକାଂଶ ସ୍ବାଧୀନତା ଦିବସରେ ହିଂସା ଏବଂ ଗଣଗୁଳିକାଣ୍ଡ ଘଟିଥାଏ। ସ୍ବାଧୀନତା ଦିବସ ଜାତୀୟ ଛୁଟିଦିନ ହୋଇଥିବାବେଳେ ଆତସବାଜି କାର୍ଯ୍ୟକ୍ରମଠାରୁ ଆରମ୍ଭ କରି ପରେଡ୍‌, ଭୋଜି ଓ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏହିସବୁ କାର୍ଯ୍ୟକ୍ରମରେ ଅଧିକ ଜନସମାଗମ ହେଉଥିବାରୁ ହିଂସା ଓ ଗୁଳିକାଣ୍ଡ ଘଟଣା ବଢ଼ିଥାଏ। ଗୁରୁବାର ଗୁଳିକାଣ୍ଡରେ ୨ ଜଣ ମହିଳା ଓ ଜଣେ ୮ ବର୍ଷର ବାଳକ ନିହତ ହୋଇଥିବାବେଳେ ଶୁକ୍ରବାର ସକାଳେ ଶିକାଗୋ ଗୁଳିକାଣ୍ଡରେ ୧୧ ଜଣଙ୍କ ମୃତ୍ୟୁ ଘଟିଥିଲା। ଏହି ହିଂସାକାଣ୍ଡ ଆମ ସହରକୁ ଶୋକାଭିଭୂତ କରିଥିବା ଶିକାଗୋ ମେୟର ବ୍ରାଣ୍ଡନ୍‌ ଜନ୍‌ସନ୍‌ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    28.2 ° C
    28.2 °
    28.2 °
    36 %
    1.9kmh
    93 %
    Fri
    29 °
    Sat
    38 °
    Sun
    37 °
    Mon
    38 °
    Tue
    38 °

    ସମ୍ବନ୍ଧିତ