Wednesday, October 7, 2026
30.3 C
Odisha

    ଆମେରିକାର ଦାବି: ପନ୍ନୁ ହତ୍ୟା ଷଡ଼ଯନ୍ତ୍ର କରିଥିଲେ ‘ର’ ଏଜେଣ୍ଟ

    ଆଗକୁ ପଢନ୍ତୁ

    ଖଲିସ୍ତାନ ଆତଙ୍କବାଦୀ ଗୁରପତୱନ୍ତ ସିଂହ ପନ୍ନୁ ହତ୍ୟା ଷଡ଼ଯନ୍ତ୍ରକୁ ନେଇ ଆମେରିକା ପୁଣି ଭାରତକୁ ଦୋଷ ଦେଇଛି। ଏହି ଷଡ଼ଯନ୍ତ୍ର ପଛରେ ଭାରତୀୟ ଗୁଇନ୍ଦା ଏଜେନ୍ସି ରିସର୍ଚ୍ଚ ଆଣ୍ଡ ଆନାଲିସିସ୍‌ ୱିଙ୍ଗ (ର)ର ହାତ ଥିବା ଦାବି କରିଛି। ଏଥିପାଇଁ ଭାରତୀୟ ନାଗରିକ ବିକାଶ ଯାଦବଙ୍କ ବିରୋଧରେ ଆମେରିକା ଅଭିଯୋଗ ଧାର୍ଯ୍ୟ କରିଛି। ହତ୍ୟା ଷଡ଼ଯନ୍ତ୍ର ବ୍ୟତୀତ ବିକାଶ ବିରୋଧରେ ମନି ଲଣ୍ଡରିଂ ଅଭିଯୋଗ ଲଗାଯାଇଛି। ବିକାଶ ‘ର’ ସହ ଜଡ଼ିତ ଥିଲେ ବୋଲି ଦାବି କରାଯାଇଛି। ମାତ୍ର ଆମେରିକା ବିଦେଶ ବିଭାଗ ଏବଂ ଏଫ୍‌ବିଆଇ ପକ୍ଷରୁ କୁହାଯାଇଛି ଯେ, ଭାରତ ସରକାର ବିକାଶଙ୍କୁ ତାଙ୍କ ପଦରୁ ହଟାଇ ଗିରଫ କରିଛନ୍ତି। କିନ୍ତୁ ଏହି ଦାବି ଉପରେ ଭାରତ ପକ୍ଷରୁ କୌଣସି ମନ୍ତବ୍ୟ ଦିଆଯାଇ ନାହିଁ। ବିକାଶ ପୂର୍ବରୁ ଆମେରିକାରେ ଥିଲେ। ସେ କିଛି ଦିନ ତଳେ ଭାରତ ଆସି ଯାଇଥିଲେ। ଗତ ୧୦ ତାରିଖରେ ତାଙ୍କୁ ଗିରଫ କରାଯାଇଥିବା ଖବର ସାମ୍ନାକୁ ଆସିଥିଲା। ପନ୍ନୁ ହତ୍ୟା ଷଡ଼ଯନ୍ତ୍ରରେ ଆମେରିକା କୋର୍ଟ ୨ ଜଣ ନିଖିଲ ଗୁପ୍ତା ଏବଂ ସିସି୧ଙ୍କୁ ଅଭିଯୁକ୍ତ କରିଥିଲେ। ଏବେ ଏଫ୍‌ବିଆଇ ବିକାଶଙ୍କୁ ସିସି୧ କହୁଛି। ବିକାଶ ହିଁ ପନ୍ନୁର ସବୁ ତଥ୍ୟ ନିଖିଲକୁ ଦେଇଥିଲେ ବୋଲି କୁହାଯାଇଛି। ସେ ହିଁ ଏହି ହତ୍ୟା ପାଇଁ ସୁପାରୀ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ