Wednesday, October 7, 2026
30.3 C
Odisha

    ଆମେରିକା ନିର୍ବାଚନ; କିଏ ହେବେ ରାଷ୍ଟ୍ରପତି? ଜଳହସ୍ତୀ କଲା ପୂର୍ବାନୁମାନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: AI କ୍ଷମତା ସମ୍ପନ୍ନ ChatGPT ଟ୍ରମ୍ପ ଓ ହାରିସଙ୍କ ହ୍ବାଇଟ ହାଉସ ଦଖଲକୁ ଅସମ୍ଭବ ବୋଲି ପୂର୍ବାନୁମାନ ଲଗାଇଥିବା ବେଳେ ନିରବ ରହିଛି ଗୁଗୁଲର ଜେମିନି । ସେପଟେ କିନ୍ତୁ ଥାଇଲାଣ୍ଡ କୁନି ଜଳହସ୍ତୀ ‘ମୁ ଡେଙ୍ଗ’ କହିଛି ଯେ, ରିପବ୍ଲିକାନ ଡୋନାଲ୍ଡ ଟ୍ରମ୍ପ ହେବାକୁ ଯାଉଛନ୍ତି ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି । ଥାଇଲାଣ୍ଡ ଚିଡ଼ିଆଖାନାରେ ଥିବା ଜଳହସ୍ତୀ ମୁଡେଙ୍ଗକୁ ଦୁଇ ଫାଳ ବୋଇତାଳୁରେ ତରଭୁଜ ରଖି ଖାଇବାକୁ ଦିଆ ଯାଇଥିଲା । ଗୋଟିକରେ ଡେମୋକ୍ରାଟ କମଲା ହାରିସଙ୍କ ନାମ ଓ ଅନ୍ୟଟିରେ ରିପବ୍ଲିକାନ ଡୋନାଲ୍ଡ ଟ୍ରମ୍ପଙ୍କ ନାମ ଲେଖା ହେଇଥିଲା । ତେବେ ମୁ ଡେଙ୍ଗ ପ୍ରଥମେ ଆସି ଟ୍ରମ୍ପ ଲେଖାଥିବା ବୋଇତାଳୁ ଓ ତରଭୁଜକୁ ଖାଇଛି । ପରେ ତା ମାଆ ଆସି କମଲା ହାରିସ ଲେଖାଥିବା ଭାଗଟି ଖାଇଛି । ଗତ ଜୁଲାଇ ମାସରେ ଜନ୍ମ ହୋଇଥିବା ଜଳହସ୍ତୀ ମୁ ଡେଙ୍ଗ ଏକ ଇଣ୍ଟରନେଟ ସେନସେସନ । ସୋସିଆଲ ମିଡିଆ ମାଧ୍ୟମରେ ପୋଲିଂ କରାଯାଇ ତାର ନାମ ମୁ ଡେଙ୍ଗ ରଖାଯାଇଛି । ପ୍ରଥମ ଥର ପାଇଁ ରାଜନୈତିକ ଆକଳନ ତାହା ପୁଣି ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ମୁ ଡେଙ୍ଗ କରିଛି ପୂର୍ବାନୁମାନ। ସାରା ବିଶ୍ୱରେ ଆମେରିକା ରାଷ୍ଟ୍ରପତି ନିର୍ବାଚନକୁ ନେଇ ରାଜନୀତି ଏବେ ସରଗରମ ରହିଛି । ଭାରତୀୟ ସମୟ ଅନୁଯାୟୀ ମଧ୍ୟାହ୍ନ ୪ଟାରେ ଭୋଟିଂ ଆରମ୍ଭ ହୋଇ ସାରିଛି । ପୂରା ବିଶ୍ୱର ନଜର ଏହି ନିର୍ବାଚନ ଉପରେ ରହିଛି। ତେବେ କିଏ କରିବ ହ୍ବାଇଟ ହାଉସରେ ଏଣ୍ଟ୍ରି। କିଏ ମାରିବ ବାଜି । ଏନେଇ ଭବିଷ୍ୟବାଣୀ କରିଛି ବେବି ହିପ୍ପୋ ବା କୁନି ଜଳହସ୍ତୀ। ଉପରାଷ୍ଟ୍ରପତି କମଲା ହାରିସ ଡେମୋକ୍ରାଟିକ ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରିପବ୍ଲିକାନ ପାର୍ଟିରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ମତଦାନ ଆରମ୍ଭ ହେବା ପୂର୍ବରୁ ଥାଇଲାଣ୍ଡର ଅତି ପ୍ରସିଦ୍ଧ ବେବି ହିପ୍ପୋ ମୁଡେଙ୍ଗ ଆମେରିକାର ନିର୍ବାଚନର ବିଜେତା ଚୟନ କରିଛି ଓ ଭବିଷ୍ୟତର ପୂର୍ବାନୁମାନ କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ