Wednesday, October 7, 2026
30.3 C
Odisha

    ସ୍ତ୍ରୀକୁ ହତ୍ୟା ପାଇଁ ସ୍ୱାମୀ ରଚିଥିଲା ଷଡଯନ୍ତ୍ର, ଧରାଇଦେଲା ମୋବାଇଲ

    ଆଗକୁ ପଢନ୍ତୁ

    ସ୍ବାମୀକୁ ଗଛରେ ବାନ୍ଧି ସ୍ତ୍ରୀକୁ ହତ୍ୟା ଘଟଣା କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା। କୁମାରଗାନ୍ଧଣା ପଞ୍ଚାୟତ ଅନ୍ତର୍ଗତ ହାରିଆମୁଣ୍ଡା ଗ୍ରାମର ମହେନ୍ଦ୍ର ଖରାଙ୍କ ସ୍ତ୍ରୀ ସାବି ଖରା ସୁଭଦ୍ରା’ ଯୋଜନାରେ ଆବେଦନ ପାଇଁ ଆଧାର ସଂଶୋଧନ କରିବାକୁ ନନ୍ଦପୁର ବ୍ଲକ୍‌ ହେଡ୍‌କ୍ବାର୍ଟର୍‌ ଯାଇଥିଲେ। ଅପରାହ୍‌ଣରେ ସେଠାରୁ ଫେରୁଥିବା ବେଳେ ଜଙ୍ଗଲ ବାଟରେ ୫ଜଣ ଦୁର୍ବୃତ୍ତ ସେମାନଙ୍କୁ ଅଟକାଇ ପ୍ରଥମେ ଠେଙ୍ଗାରେ ପିଟି ଅଚେତ କରିଥିଲେ। ମହେନ୍ଦ୍ରଙ୍କୁ ଏକ ଗଛରେ ବାନ୍ଧି ଦେଇ ସାବି ପିନ୍ଧିଥିବା ସବୁ ସୁନାଗହଣା ଲୁଟି ନେଇଥିଲେ। ପରେ ସେମାନେ ସାବିଙ୍କୁ ହତ୍ୟା କରି ନିକଟସ୍ଥ ବୁଦାମୂଳେ ଫିଙ୍ଗି ଫେରାର୍ ହୋଇଯାଇଥିଲେ। ଏହି ଘଟଣା ନେଇ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହିଥିଲା। ଯାହା ପରେ ଉପରୋକ୍ତ ଘଟଣା ସାବିଙ୍କ ସ୍ବାମୀ ମହେନ୍ଦ୍ର ପୁଲିସକୁ କହିଥିଲେ। ତେବେ ସ୍ତ୍ରୀ କୁ ହତ୍ୟା କରାଯାଇଥିବା ନେଇ କହିବା ବେଳେ କଇଁ କଇଁ ହୋଇ କାନ୍ଦିବା ସହ ମୁଣ୍ଡ ପିଟି ଗଡିଯାଉଥିଲା ସ୍ବାମୀ।

    ହେଲେ ଆଜି ପୁଲିସ ଘଟଣାର ତଦନ୍ତ ପରେ ଯାହା ଜାଣିଲା ତାହା କେବଳ ପୁଲିସକୁ ନୁହେଁ ସେ ଅଞ୍ଚଳର ଲୋକଙ୍କୁ ବି ଚକିତ କରିଦେଇଛି। କାରଣ ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ସାବିଙ୍କ ସ୍ବାମୀ ମହେନ୍ଦ୍ର। ନିଜେ ହିଁ ସ୍ତ୍ରୀକୁ ହତ୍ୟା ପରେ ନାଟକ ରଚିଥିଲା କି ତାକୁ ଗଛରେ ବାନ୍ଧି ତାର ସ୍ତ୍ରୀକୁ କେହି ହତ୍ୟା କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    57 %
    0.7kmh
    0 %
    Wed
    31 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ