Thursday, March 19, 2026
30.4 C
Odisha

    ଆମେରିକା ଶୁଳ୍କ ବୋମାର ପ୍ରଭାବ: ଇରାନର ଚାବାହାର ବନ୍ଦରରେ କାମ ବନ୍ଦ କଲା ଭାରତ

    ଆଗକୁ ପଢନ୍ତୁ

    ଆମେରିକାର ଶୁଳ୍କ ବୋମା ଓ ପ୍ରତିବନ୍ଧକର ପ୍ରଭାବ ଭାରତ ଉପରେ ପଡ଼ିବା ଆରମ୍ଭ କରିଛି । ଏହା ଯୋଗୁ ଭାରତ ଇରାନର ଚାବାହାର ବନ୍ଦରର ଶହିଦ ବେହେସ୍ତି ଟର୍ମିନାଲରେ କମ ବନ୍ଦ ରଖିବାକୁ ନିଷ୍ପତ୍ତି ନେଇଛି । ୨୦୨୪ରେ, ଭାରତ ଇରାନ ସହିତ ୧୦ ବର୍ଷ ପାଇଁ ଚୁକ୍ତି ସ୍ୱାକ୍ଷର କରିଥିଲା । ଏହା ଅନ୍ତର୍ଗତ ଇଣ୍ଡିଆ ପୋର୍ଟସ ଗ୍ଲୋବାଲ ଲିମିଟେଡକୁ ଇରାନର ଚାବାହାର ବନ୍ଦରରେ ସହିଦ ବେହେସ୍ତି ଟର୍ମିନାଲ ପରିଚାଳନା ଏବଂ ବିକାଶ କରିବାର ଅଧିକାର ପ୍ରଦାନ କରାଯାଇଥିଲା । ଚାବାହାର ବନ୍ଦର ଆନ୍ତର୍ଜାତୀୟ ଉତ୍ତର-ଦକ୍ଷିଣ ପରିବହନ କରିଡରରେ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ବନ୍ଦର ଭାରତ ସହିତ ଆଫଗାନିସ୍ତାନ , ମଧ୍ୟ ଏସିଆ, ରୁଷ ଓ ୟୁରୋପ ମଧ୍ୟରେ ସଂଯୋଗ ସ୍ଥାପନର ପ୍ରମୁଖ ମାଧ୍ୟମ । ଭାରତ ଏହି ପ୍ରକଳ୍ପରେ ପ୍ରାୟ ୪,୦୦୦କୋଟି ନିବେଶ କରିଛି । ସେପ୍ଟେମ୍ବର ୨୦୨୫ରେ, ଆମେରିକା ଇରାନ ଉପରେ ପୁନର୍ବାର କଡ଼ା କଟକଣା ଲାଗୁ କରିଥିଲା । ୨୦୧୮ ରେ କଟକଣାକୁ ‌କୋହଳ କରାଯାଇଥିଲା । କିନ୍ତୁ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନ ଏହାକୁ ରଦ୍ଦ କରିଥିଲେ। ଆମେରିକାର ବୈଦେଶିକ ସମ୍ପତ୍ତି ନିୟନ୍ତ୍ରଣ କାର୍ଯ୍ୟାଳୟ (ଓଏଫଏସି) ଭାରତକୁ ସମସ୍ତ କାର୍ଯ୍ୟକଳାପ ବନ୍ଦ କରିବା ପାଇଁ ଅକ୍ଟୋବର ୨୦୨୫ ରୁ ଏପ୍ରିଲ ୨୦୨୬ ପର୍ଯ୍ୟନ୍ତ ଛଅ ମାସର ସମୟ ସୀମା ପ୍ରଦାନ କରିଥିଲେ । ଇତି ମଧ୍ୟରେ ସରକାରୀ ନିର୍ଦ୍ଦେଶକ ମାନେ ଆଇପିଜିଏଲ୍‌ର ବୋର୍ଡରୁ ସାମୂହିକ ଇସ୍ତଫା ଦେଇଛନ୍ତି । ଆମେରିକାର କଟକଣା ଏଡାଇବା ପାଇଁ କମ୍ପାନିର ୱେବସାଇଟ୍ ବନ୍ଦ କରିଦିଆଯାଇଛି । ଭାରତ ଋଣ ଏବଂ ଅନ୍ୟାନ୍ୟ ବକେୟା ଋଣ ପରିଶୋଧ ପାଇଁ ୧୨୦ ନିୟୁତ ଡଲାର ସ୍ଥାନାନ୍ତର ମଧ୍ୟ କରିଛି । ୧୨ ଜାନୁଆରି ୨୦୨୬ରେ, ରାଷ୍ଟ୍ରପତି ଟ୍ରମ୍ପ ଘୋଷଣା କରିଥିଲେ, ଇରାନ ସହିତ ବାଣିଜ୍ୟ କରୁଥିବା ଦେଶ ଉପରେ ଅତିରିକ୍ତ ୨୫% ଶୁଳ୍କ ଲାଗୁ କରାଯିବ। ଟ୍ରମ୍ପଙ୍କ ଏଭଳି ଘୋଷଣା ଭାରତ ଉପରେ ଚାପ ବୃଦ୍ଧି କରିଥିଲା। ଆମେରିକା ସହିତ ଭାରତର ବହୁବିଧ ବଡ଼ ଧରଣର ବାଣିଜ୍ୟ ରହିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ଚାବାହର ବନ୍ଦରରେ କାମ ବନ୍ଦ କରାଯିବା ନିଷ୍ପତ୍ତି ଗ୍ରହଣ କରାଯାଇଛି।

    ଭାରତର ଏଭଳି ପଦକ୍ଷେପକୁ ବିରୋଧୀ ଦଳଙ୍କ ପକ୍ଷରୁ ଆମେରିକା ନିକଟରେ ଆତ୍ମସମର୍ପଣ ଓ ଜାତୀୟ ସ୍ୱାର୍ଥକୁ ଅଣାଦେଖା କରାଯାଉଥିବା ଅଭିଯୋଗ ଅଣାଯାଇଛି । ତେବେ ସରକାର ଏହାକୁ ଏକ ବାସ୍ତବବାଦୀ ପଦକ୍ଷେପ ବୋଲି କୁହାଯାଇଛି । ଆମେରିକା ସହିତ ମୁକାବିଲା ଏଡାଇବା ଏବଂ ଅର୍ଥନୀତିକୁ ସୁରକ୍ଷା ଦେବା ପାଇଁ ଏଭଳି ଆବଶ୍ୟକ ପଦକ୍ଷେପ ସରକାର ଗ୍ରହଣ କରିଥିବା କହିଛନ୍ତି। ଚାବାହାର ଭାରତ ପାଇଁ ରଣନୈତିକ ଦୃଷ୍ଟିକୋଣରୁ ବେଶ୍ ଗୁରୁତ୍ୱପୂର୍ଣ୍ଣ । ଏହା ପାକିସ୍ତାନରେ ଚୀନ୍ ଦ୍ୱାରା ବିକଶିତ ଗ୍ୱାଦର ବନ୍ଦରର ଏକ ପ୍ରତିଦ୍ବନ୍ଦ୍ବି ଭାବେ କାର୍ଯ୍ୟ କରିଥାଏ। ଏହି ବନ୍ଦର ଆଫଗାନିସ୍ତାନକୁ ଖାଦ୍ୟ ଶସ୍ୟ ଓ ଔଷଧ ଭଳି ମାନବିକ ସହାୟତା ପାଇଁ ଏକ ସହଜ ଜଳ ପଥ। ତେବେ ବନ୍ଦରରେ କାମ ବନ୍ଦ କରିବା ନିଷ୍ପତ୍ତି ସହିତ ଭାରତ ଏବେ ବିକଳ୍ପ ପଥ ବିଷୟରେ ବିଚାର କରୁଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    30.4 ° C
    30.4 °
    30.4 °
    29 %
    1.2kmh
    100 %
    Thu
    29 °
    Fri
    34 °
    Sat
    33 °
    Sun
    35 °
    Mon
    36 °

    ସମ୍ବନ୍ଧିତ