Sunday, May 10, 2026
32.7 C
Odisha

    ଶ୍ରୀମନ୍ଦିର ପରିଚାଳନା ବୈଠକ ଆରମ୍ଭ

    ଆଗକୁ ପଢନ୍ତୁ

    ପୁରୀ: ପୁରୀ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧକ୍ଷତାରେ ବୈଠକ ଚାଲିଛି । ରତ୍ନଭଣ୍ଡାରର ଅଳଙ୍କାର ଗଣତିମଣତି କେବେ ହେବ । କେଉଁ ଶୁଭ ମୁହୁର୍ତ୍ତ ସମୟରେ ହାଇଲେବୁଲ୍ କମିଟିର ସଦସ୍ୟ ପ୍ରବେଶ କରିବେ ସେନେଇ ଚୂଡାନ୍ତ ହେବ ମାର୍ଗଦର୍ଶିକା । ପରିଚାଳନା କମିଟିରେ ଚୂଡାନ୍ତ ମାର୍ଗଦର୍ଶିକାକୁ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ ।

    ଶ୍ରୀମନ୍ଦିର ସୁରକ୍ଷା ପ୍ରସଙ୍ଗ ଉପରେ ହେବ ବିସ୍ତୃତ ଆଲୋଚନା । ନାଟମଣ୍ଡପରେ ଧାଡି ଦର୍ଶନ, ଗୁଣ୍ଡିଚା ମନ୍ଦିର ଖୋଲିବା ପ୍ରସଙ୍ଗ, ମହାପ୍ରଭୁଙ୍କ ଶୃଙ୍ଖଳିତ ନୀତିକାନ୍ତି,ଦିବ୍ୟାଙ୍ଗ ଭକ୍ତଙ୍କ ଦର୍ଶନ, ପୁରୀବାସୀଙ୍କ ସୁବିଧା ଦର୍ଶନ ଉପରେ ହେବ ବୈଠକରେ ଆଲୋଚନା । ବୈଠକରେ ଶ୍ରୀମନ୍ଦିର ଉପମୁଖ୍ୟ ପ୍ରଶାସକ,ଏସପି, ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ଏବଂ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଅଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    32.7 ° C
    32.7 °
    32.7 °
    39 %
    2.7kmh
    24 %
    Sun
    36 °
    Mon
    38 °
    Tue
    36 °
    Wed
    40 °
    Thu
    41 °

    ସମ୍ବନ୍ଧିତ