Saturday, April 4, 2026
38.1 C
Odisha

    ଆମେରିକୀୟ ଯୁଦ୍ଧ ବିମାନକୁ ଖସାଇଲା ଇରାନ

    ଆଗକୁ ପଢନ୍ତୁ

    ତେହେରାନ  :  ଆଉ ଏକ ଆମେରିକୀୟ ଯୁଦ୍ଧ ବିମାନକୁ ଖସାଇଥିବା ନେଇ ଇରାନ ସେନା ଦାବି କରିଛି। ହର୍ମୁଜ ପ୍ରଣାଳୀ ନିକଟରେ ଆମେରିକୀୟ ବିମାନ ଏ-୧୦ ଥଣ୍ଡରବୋଲ୍ଟ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଏ-୧୦ ବିମାନଟି ଏଫ-୧୫ଇ ର କ୍ରୁ ସଦସ୍ୟମାନଙ୍କୁ ଉଦ୍ଧାର କରିବା ପାଇଁ ଏକ ସର୍ଚ୍ଚ-ଏଣ୍ଡ-ରେସକ୍ୟୁ ମିଶନରେ ଯାଇଥିବା ସମୟରେ ଇରାନର ଆକ୍ରମଣର ଶିକାର ହୋଇଥିଲା । ଏ-୧୦ ର ପାଇଲଟ୍ ବିମାନରୁ ବାହାରି ଯାଇଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କାର୍ଯ୍ୟରେ ସହାୟତା କରୁଥିବା ବେଳେ ଇରାନର ଗୁଳିମାଡ଼ରେ କ୍ଷତିଗ୍ରସ୍ତ ହୋଇଥିଲା।

    ପାଇଲଟ୍ କୁଏତ ବାୟୁସୀମାରେ ପହଞ୍ଚିବା ପରେ ବିମାନରୁ ଡେଇଁ ପଡ଼ିଥିଲେ; ପାଇଲଟ୍ ସୁରକ୍ଷିତ ଅଛନ୍ତି, କିନ୍ତୁ ବିମାନଟି ସମୁଦ୍ରରେ ଖସିପଡ଼ିଛି ।  ଅନ୍ୟପଟେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଦୁଇଟି ଇଉ-୬୦ ବ୍ଲାକ୍ ହକ୍ ହେଲିକପ୍ଟର ମଧ୍ୟ ଇରାନର ଗୁଳିମାଡ଼ରେ କ୍ଷତିଗ୍ରସ୍ତ ହୋଇଛି । କିଛି କ୍ରୁ ସଦସ୍ୟ ସାମାନ୍ୟ ଆହତ ହୋଇଥିଲେ ମଧ୍ୟ ହେଲିକପ୍ଟର ଦ୍ୱୟ ସୁରକ୍ଷିତ ଭାବେ ଅବତରଣ କରିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    38.1 ° C
    38.1 °
    38.1 °
    22 %
    2.5kmh
    100 %
    Sat
    36 °
    Sun
    35 °
    Mon
    37 °
    Tue
    37 °
    Wed
    39 °

    ସମ୍ବନ୍ଧିତ