Friday, October 9, 2026
24.1 C
Odisha

    ପୁଣି ଟ୍ରମ୍ପଙ୍କ ଶୁଳ୍କ ଝଟକା ଔଷଧ ଉପରେ ୧୦୦ ପ୍ରତିଶତ ଶୁଳ୍କ

    ଆଗକୁ ପଢନ୍ତୁ

    ୱାଶିଂଟନ୍  : ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଟ୍ରମ୍ପ ବିଦେଶୀ କମ୍ପାନୀର ଔଷଧ ଉପରେ ୧୦୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ଲାଗୁ କରିଛନ୍ତି। ଯେଉଁ ଫାର୍ମା କମ୍ପାନୀ ଗୁଡିକ ଆମେରିକା ବାହାରେ ଔଷଧ ପ୍ରସ୍ତୁତ କରୁଛନ୍ତି ଏହି ନିଷ୍ପତ୍ତି ଫଳରେ ସେମାନଙ୍କ ଉପରେ ପ୍ରଭାବ ପଡିବ। ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ସେହି କମ୍ପାନୀଗୁଡିକୁ ନିଜ ଔଷଧ ଦାମ୍ କମ୍ କରିବାକୁ ପଡିବ ଏବଂ ଆମେରିକା ଭିତରେ ଉତ୍ପାଦନ କରିବାକୁ ହେବ। ଯେଉଁ କମ୍ପାନୀମାନେ ଏହି ସର୍ତ୍ତ ମାନିବେ ନାହିଁ ସେମାନଙ୍କ ଉପରେ ଜୋରିମାନା ଓ ଟିକସ ଲଗାଯିବ। ଏହା ସହିତ ଟ୍ରମ୍ପ ଷ୍ଟିଲ, ଆଲୁମିନିୟମ ଓ ତମ୍ବା ଭଳି ଧାତୁ ଉତ୍ପାଦର ଟିକସ ନିୟମରେ ମଧ୍ୟ ବଡ଼ ପରିବର୍ତ୍ତନ କରିଛନ୍ତି। ଏହି ସାମଗ୍ରୀ ଉପରେ ଶୁଳ୍କ ଦର ହ୍ରାସ କରାଯାଇଛି ଏବଂ ଟିକସ ଆଦାୟ କରିବାର ପ୍ରକ୍ରିୟାରେ ମଧ୍ୟ ପରିବର୍ତ୍ତନ ଦେଖିବାକୁ ମିଳିଛି।

    ନୂଆ ନିୟମ ଫଳରେ ଯେଉଁ କମ୍ପାନୀମାନେ ଆଂଶିକ ରୂପେ ନିଜ ଉତ୍ପାଦନ ଆମେରିକା ସ୍ଥାନାନ୍ତର କରିବେ ସେମାନଙ୍କୁ ୨୦ ପ୍ରତିଶତ ଟିକସ ଦେବାକୁ ହେବ। ଆଦେଶ ପାଳନ ନ କଲେ କମ୍ପାନୀଙ୍କ ଉପରେ ୧୦୦ ପ୍ରତିଶତ ଶୁଳ୍କ ଲାଗିବ। ଏହି ପଦକ୍ଷେପ ଫଳରେ ଔଷଧ ଶସ୍ତା ହେବା ସହ ଦେଶରେ ନିଯୁକ୍ତିର ସୁଯୋଗ ବଢ଼ିବ ବୋଲି ଟ୍ରମ୍ପ କହିଛନ୍ତି। ତେବେ ୟୁରୋପୀୟ ସଂଘ, ଜାପାନ ଓ ଦକ୍ଷିଣ କୋରିଆ ଭଳି ବ୍ୟାବସାୟିକ ଅଂଶୀଦାରଙ୍କ ପାଇଁ ଟିକସ ସୀମା ୧୫ ପ୍ରତିଶତ ସ୍ଥିର ହୋଇଛି। ଅନେକ ଧାତୁ ଉତ୍ପାଦରେ ଲାଗୁଥିବା ଟିକସକୁ ୫୦ ପ୍ରତିଶତରୁ ହ୍ରାସ କରି ୨୫ ପ୍ରତିଶତ କରିଦିଆଯାଇଛି। ଯେଉଁ ଉତ୍ପାଦରେ ଧାତୁର ମାତ୍ରା ୧୫ ପ୍ରତିଶତରୁ କମ୍ ସେମାନଙ୍କୁ ଟିକସରେ ସମ୍ପୂର୍ଣ୍ଣ ରିଆତି ମିଳିବ।  ଏହି ପରିବର୍ତ୍ତନ ଫଳରେ ଉଦ୍ୟୋଗ ଗୁଡିକ ଶସ୍ତାରେ କଞ୍ଚାମାଲ ପାଇପାରିବେ। ଟ୍ରମ୍ପ ପ୍ରଶାସନ ବଡ଼ ଫାର୍ମା କମ୍ପାନୀ ଗୁଡିକୁ ଏହି ନୂଆ ନିୟମ ଲାଗୁ କରିବା ପାଇଁ ୧୨୦ ଦିନର ସମୟ ଦେଇଥିବାବେଳେ ଛୋଟ କମ୍ପାନୀମାନଙ୍କୁ ୧୮୦ ଦିନର ସମୟ ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    83 %
    0.8kmh
    0 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ