Monday, April 6, 2026
24.9 C
Odisha

    ‘ଆମେ ସେମାନଙ୍କୁ କାଟି ଦେବୁ ଓ ମାଟିରେ ପୋତିବୁ’ କାହାକୁ ଏପରି କହିଲେ ମିଥୁନ

    ଆଗକୁ ପଢନ୍ତୁ

    କୋଲକାତା ହେବାକୁ ଯାଉଛି ଉପନିର୍ବାଚନ। ଆସନ୍ତା ମାସରେ ରାଜ୍ୟର ୬ଟି ବିଧାନସଭା ଆସନରେ ଉପ ନିର୍ବାଚନ ହେବ। ଉପ ନିର୍ବାଚନ ପୂର୍ବରୁ ପଶ୍ଚିମବଙ୍ଗର ରାଜନୀତିକ ବାତାବରଣ ସରଗରମ ହୋଇଉଠିଛି। ଶାସିତ ଦଳ ଟିଏମସି ଓ ବିରୋଧୀ ବିଜେପି ମଧ୍ୟରେ ବାକଯୁଦ୍ଧ ତୀବ୍ର ହୋଇଛି। ଏହାରି ଭିତରେ ଅଭିନେତା ତଥା ବିଜେପି ନେତା ମିଥୁନ ଚକ୍ରବର୍ତ୍ତୀ ହିଂସା ସୃଷ୍ଟି କରିବା ଭଳି ବୟାନ ଦେଇଛନ୍ତି। ଯାହାକୁ ନେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ମିଥୁନ ନିଜ ଦଳ ପାଇଁ ପ୍ରଚାର କରୁଛନ୍ତି। ଏହି କ୍ରମରେ ସେ କୋଲକାତାରେ ଭାଷଣ ଦେଉଥିବା ବେଳେ ବିବାଦୀ ବୟାନ ଦେଇଛନ୍ତି। ସେ କହିଛନ୍ତି, ସେମାନଙ୍କୁ କାଟି ଦେବୁ। ଏଭଳି ବୟାନ ଦେଇ ବିବାଦ ସୃଷ୍ଟି କରିଛନ୍ତି। ଲୋକସଭା ନିର୍ବାଚନ ବେଳେ ଟିଏମସିର ହୁମାୟୁନ କବିର ବିରୋଧୀ ଦଳର କାର୍ଯ୍ୟକର୍ତ୍ତାଙ୍କୁ ଧାର୍ମିକ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ। ଅବଶ୍ୟ ଏହାକୁ ନିର୍ବାଚନ କମିଶନ ସେନସନର କରିଥିଲେ। ଉକ୍ତ ପ୍ରସଙ୍ଗକୁ ଆଧାର କରି ୭୪ ବର୍ଷୀୟ ମିଥୁନ ଏବେ ଟିଏମସିର କାର୍ଯ୍ୟକର୍ତ୍ତାଙ୍କୁ ଧମକ ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.9 ° C
    24.9 °
    24.9 °
    60 %
    0.8kmh
    0 %
    Mon
    37 °
    Tue
    38 °
    Wed
    39 °
    Thu
    38 °
    Fri
    39 °

    ସମ୍ବନ୍ଧିତ