Friday, October 9, 2026
24.1 C
Odisha

    ଭାରତ ଆସୁଛି ସପ୍ତମ ଏଲ୍‌ପିଜି ଟ୍ୟାଙ୍କର୍

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଘନଘଟା ମଧ୍ୟରେ ସପ୍ତମ ଭାରତୀୟ ପତାକା ଲାଗିଥିବା ଏଲ୍‌ପିଜି ଟ୍ୟାଙ୍କର୍ ଗ୍ରୀନ୍ ସାନଭି ହର୍ମୁଜ୍ ପ୍ରଣାଳୀ ପାର କରିବାରେ ସଫଳ ହୋଇଛି। ଏବେ ସପ୍ତମ ଟ୍ୟାଙ୍କର୍ ମଧ୍ୟ ହମୁର୍ଜ୍ ପାର ହୋଇ ଭାରତ ମୁହାଁ ହୋଇଛି। ପୂର୍ବରୁ ଛଅଟି ଏଲପିଜି ପରିବହନକାରୀ ଜାହାଜ ହର୍ମୁଜ୍ ପ୍ରଣାଳୀ ପାର ହୋଇ ଭାରତୀୟ ବନ୍ଦରରେ ପହଞ୍ଚିଛନ୍ତି। ଗ୍ରୀନ୍ ସାନଭି” ଆଗକୁ ବଢ଼ିବାରେ ସଫଳ ହୋଇଥିଲେ ମଧ୍ୟ, ସୁରକ୍ଷା ଦୃଷ୍ଟିରୁ ଅନ୍ୟ ଦୁଇଟି ଭାରତୀୟ ଏଲପିଜି ଟ୍ୟାଙ୍କର୍, “ଜଗ୍ ବିକ୍ରମ” ଏବଂ “ଗ୍ରୀନ୍ ଆଶା” ହରମୁଜ୍ ନିକଟରେ ଫସି ରହିଛି। ପ୍ରାୟ ୫୮ ହଜାର ୮୧୧ ମେଟ୍ରିକ୍ ଟନ୍ ଏଲପିଜିର ବିଶାଳ କ୍ଷମତା ସହିତ, “ଗ୍ରୀନ୍ ସାନଭି” ଭାରତର ଘରୋଇ ଗ୍ୟାସ ଆବଶ୍ୟକତା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତଥାପି, ହର୍ମୁଜ୍‌ର ପଶ୍ଚିମରେ ଏବେ ବି ୧୭ଟି ଭାରତୀୟ ଜାହାଜ ଫସି ରହିଛନ୍ତି। ପୂର୍ବରୁ, “ଶିବାଲିକ୍,” “ନନ୍ଦା ଦେବୀ,” ଏବଂ “ଜଗ ବସନ୍ତ” ସମେତ ଛଅଟି ଟ୍ୟାଙ୍କର ସୁରକ୍ଷିତ ଭାବରେ ଭାରତୀୟ ଉପକୂଳରେ ପହଞ୍ଚିଛନ୍ତି, ଯାହା ଦେଶର ଏଲପିଜି ଯୋଗାଣ ଶୃଙ୍ଖଳକୁ ବଜାୟ ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    83 %
    0.8kmh
    0 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    30 °

    ସମ୍ବନ୍ଧିତ