Tuesday, March 31, 2026
25.7 C
Odisha

    ଆମ୍ବୁଲାନ୍ସ ଡ୍ରାଇଭର ମାନସଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    କେନ୍ଦ୍ରାପଡ଼ା ଜିଲା ରାଜନଗର ଅଞ୍ଚଳରେ ‘ଦାନା’ର ତାଣ୍ଡବ ସମୟରେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ମାନସ ମଳିକ ସାହସିକତା ଦେଖାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଖୁବ୍‌ ପ୍ରଶଂସା କରିଛନ୍ତି। ମାନସ ଡେରା ପଞ୍ଚାୟତ କାଠୁଆଗଣ୍ଡ ଗ୍ରାମରେ ପହଞ୍ଚି ଅସୁସ୍ଥ ଥିବା ଜନୈକା ମହିଳାଙ୍କୁ ପ୍ରବଳ ବର୍ଷା ସତ୍ତ୍ୱେ ସେସବୁକୁ ବେଖାତିର କରି ୧୦୮ ଗାଡ଼ିକୁ ରାସ୍ତା ଉପରେ ରଖି ଅସୁସ୍ଥ ମହିଳାଙ୍କୁ କାନ୍ଧେଇ ଆଣି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଫଳରେ ମହିଳା ଜଣଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇ ନୂଆ ଜୀବନ ଦେଇଥିବା ମାନସ ଏବେ ସବୁଠି ପ୍ରଶଂସାର ପାତ୍ର ହୋଇଛନ୍ତି। ମାନସଙ୍କ ଏତାଦୃଶ୍ୟ ସେବା କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସମେତ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଭୂୟସୀ ପ୍ରଶଂସା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ମାନସଙ୍କ ଏପରି କାର୍ଯ୍ୟ ପାଇଁ ମୁଁ ତାଙ୍କୁ ସାଧୁବାଦ ଜଣାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.7 ° C
    25.7 °
    25.7 °
    48 %
    1.3kmh
    1 %
    Tue
    38 °
    Wed
    39 °
    Thu
    41 °
    Fri
    39 °
    Sat
    39 °

    ସମ୍ବନ୍ଧିତ