Sunday, October 4, 2026
24.3 C
Odisha

    ଆରମ୍ଭ ହେବ ଇ-ହୁଣ୍ଡି ବ୍ୟବସ୍ଥା, ପୁରୀ ନଆସି ଶ୍ରୀଜଗନ୍ନାଥଙ୍କ ହୁଣ୍ଡିକୁ ଦାନ କରି ପାରିବେ ଭକ୍ତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଏଣିକି ଭକ୍ତମାନେ ପୁରୀକୁ ନଆସି ମଧ୍ୟ ଶ୍ରୀଜଗନ୍ନାଥଙ୍କ ହୁଣ୍ଡିକୁ ଦାନ କରି ପାରିବେ ।  ସମର୍ପଣ ଆପ୍ ରେ ଆରମ୍ଭ ହେବ ଇ- ହୁଣ୍ଡି ବ୍ୟବସ୍ଥା । ଚଳିତ ମାସରୁ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବ। ଏହାର ଉଦଘାଟନ ମୁଖ୍ୟମନ୍ତ୍ରୀ କରିବେ। ଅନ୍ୟପଟେ, ଜଗନ୍ନାଥ ଜମିକୁ ନେଇ ଆସିବ ‘ୟୁନିଫର୍ମ ସେଟେଲମେଣ୍ଟ ପଲିସି’। ଜଗନ୍ନାଥଙ୍କ ଜମି ଦଖଲରେ ଥିବା ବ୍ୟକ୍ତିଙ୍କ ସହ ସେଟେଲମେଣ୍ଟ କରାଯିବ ଏବଂ ନିର୍ଦ୍ଧାରିତ ଅର୍ଥ ଆଦାୟ ପରେ ସେମାନଙ୍କୁ ମାଲିକାନା ପ୍ରଦାନ କରାଯିବ। ଆଦାୟ ଅର୍ଥ ଶ୍ରୀଜଗନ୍ନାଥଙ୍କ ଖାତାରେ ଜମା ହେବ । ଆସନ୍ତା କ୍ୟାବିନେଟ ବୈଠକରେ ଏନେଇ ଆଲୋଚନା କରାଯିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।

    ଅନ୍ୟପଟେ, ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ବନକଲାଗି ନୀତି ଅନୁଷ୍ଠିତ । ବନକଲାଗି ଅବସରରେ ଏହି ନୀତି ହୋଇଥିବାରୁ ପ୍ରାୟ ୪ ଘଣ୍ଟା ଧରି ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।  ଦ୍ବିତୀୟ ଭୋଗମଣ୍ଡପ ଶେଷ ହେବା ପରେ ବନକଲାଗି ନୀତି ଆରମ୍ଭ ହେବ। ଏହା ଗୁପ୍ତନୀତି ହୋଇଥିବାରୁ ଏହି ସମୟରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।  ସନ୍ଧ୍ୟା ୬ଟାରୁ ରାତି ୧୦ଟା ଯାଏଁ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ।  ଏନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.3 ° C
    24.3 °
    24.3 °
    75 %
    1.5kmh
    0 %
    Sun
    24 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ