Wednesday, July 15, 2026
26.2 C
Odisha

    ବଡ଼ବାପା ପୁଅ ଭାଇ ଦୀନବନ୍ଧୁ ମାଝୀଙ୍କ ଶେଷକୃତ୍ୟରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ

    ଆଗକୁ ପଢନ୍ତୁ

    କେନ୍ଦୁଝର: କେନ୍ଦୁଝରରୁ ଆସିଛି ଏକ ଦୁଃଖଦ ଖବର । ଯାହା ମୁଖ୍ୟମନ୍ତ୍ରୀଙ୍କ ପାଇଁ ବଡ଼ ଦୁଃଖ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ବାପାଙ୍କ ପୁଅ ଦୀନବନ୍ଧୁ ମାଝୀଙ୍କର ଗତକାଲି ମୃତ୍ୟୁ ହୋଇଥିଲା । ଶେଷକୃତ୍ୟରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବଡ଼ବାପାଙ୍କ ପୁଅ ତଥା ଭାଇ ଦୀନବନ୍ଧୁ ମାଝୀଙ୍କ ଶେଷକୃତ୍ୟରେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗତକାଲି ବିଳମ୍ବିତ ରାତିରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ବଡ଼ବାପାଙ୍କ ପୁଅ ଦୀନବନ୍ଧୁ ମାଝୀଙ୍କ କ୍ୟାପିଟାଲ ହସ୍ପିଟାଲରେ ମୃତ୍ୟୁ ହୋଇଥିଲା ।

    ମୃତ୍ୟୁ ପରେ ତାଙ୍କ ପାର୍ଥିବ ଶରୀର ନିଜ ଜନ୍ମ ମାଟି ରାଇକଳା ଗାଁରେ ପହଞ୍ଚି ଥିଲା । ତାଙ୍କର ଅନ୍ତେଷ୍ଟି କ୍ରିୟାରେ ତାଙ୍କ ସାନ ଭାଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସପରିବାର ଯୋଗ ଦେଇଛନ୍ତି। ସାନ୍ତାଳୀ ରୀତିନୀତି ଅନୁଯାୟୀ ନିଜ ବାଡ଼ିରେ ଶେଷକୃତ୍ୟ କରାଯାଇଛି। ଦୀନବନ୍ଧୁଙ୍କ ଝିଅ ହଳଦୀ ଲଗାଇ ତାଙ୍କୁ ଶେଷ ବିଦାୟ ଦେଇଥିଲେ। ଗାଁରେ ଶୋକାକୂଳ ପରିବେଶ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.2 ° C
    26.2 °
    26.2 °
    87 %
    2.2kmh
    100 %
    Wed
    27 °
    Thu
    31 °
    Fri
    28 °
    Sat
    26 °
    Sun
    24 °

    ସମ୍ବନ୍ଧିତ