Thursday, February 19, 2026
32.8 C
Odisha

    ଆରମ୍ଭ ହେବ ନୂଆ ସେବା, ଏଣିକି ହ୍ବାଟ୍ସଆପରେ ବୁକ୍ କରିପାରିବେ ଆମ ବସ୍ ଟିକେଟ୍

    ଆଗକୁ ପଢନ୍ତୁ

    ଆମ ବସ୍ ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ହ୍ବାଟ୍ସଆପରେ ବୁକ୍ କରିପାରିବେ ଟିକେଟ୍ । ହ୍ବାଟ୍ସଆପର ବହୁଳ ବ୍ୟବହାରକୁ ନଜରରେ ରଖି କ୍ରୁଟ୍ ପକ୍ଷରୁ ‘ଆମ ବସ୍’ ପାଇଁ ହ୍ବାଟ୍ସଆପରେ ଟିକେଟ୍ ବୁକିଂ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି । ଆଜି ସ୍ବାୟତ୍ତ ଶାସନ ଦିବସରେ ମୁଖ୍ୟମନ୍ତ୍ରୀ ଏହି ସେବାର ଶୁଭାରମ୍ଭ କରିବେ । ହ୍ବାଟ୍ସଆପ ଏବଂ ଆମ ବସରେ ଟିକେଟ୍ ବୁକ୍ କରୁଥିବା ଯାତ୍ରୀଙ୍କୁ ଟିକେଟ୍ ମୂଲ୍ୟରେ ରିହାତି ମିଳିବା ନେଇ ମଧ୍ୟ ଘୋଷଣା ହୋଇପାରେ । କହି ରଖୁଛୁ ଭୁବନେଶ୍ବର ଓ କଟକ ପୁରୀରେ ଆମ ବସ୍ ରେ ଯାତ୍ରା କରୁଥିବା ଲୋକଙ୍କୁ ଏବେ ଡିଜିଟାଲ୍ ପାସ୍ ମିଳୁଛି । ଏହା ଅନ୍ୟ ସହରକୁ ସମ୍ପ୍ରସାରଣ ହୋଇପାରେ ।

    ବିଭିନ୍ନ ସହରରେ ଚାଲୁଥିବା ଏହି ଆମ ବସରେ ଯାତାୟାତ କରୁଛନ୍ତି ଅଧିକାଂଶ ଲୋକେ । କମ୍ ଟଙ୍କାରେ ସୁଗମ ଯାତ୍ରା ହେଉଥିବାରୁ ଲୋକମାନେ ଆମ ବସ୍ ଉପରେ ନିର୍ଭରଶୀଳ । ତେଣୁ ଲୋକଙ୍କୁ ସୁବିଧାକୁ ନଜରରେ ରଖି ଏଭଳି ସେବାକୁ ଆରମ୍ଭ କରିବାକୁ ଯାଉଛନ୍ତି ସରକାର ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    32.8 ° C
    32.8 °
    32.8 °
    20 %
    2.4kmh
    99 %
    Thu
    33 °
    Fri
    35 °
    Sat
    36 °
    Sun
    36 °
    Mon
    36 °

    ସମ୍ବନ୍ଧିତ