Wednesday, May 13, 2026
27.1 C
Odisha

    ଆରମ୍ଭ ହୋଇଗଲା ଶୀତ: ରାଜ୍ୟରେ କମିବ ତାପମାତ୍ରା, ବଢିବ ଶୀତ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟରେ କମିବ ତାପମାତ୍ରା, ବଢିବ ଶୀତ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଶୀତର ପ୍ରକୋପ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଆସନ୍ତା ସାତଦିନ ରାଜ୍ୟରେ ପାଗ ଶୁଖିଲା ରହିବ । ଏହାସହ ଉଭୟ ଦିନ ଓ ରାତି ତାପମାତ୍ରା ୨ ରୁ ୪ ଡିଗ୍ରୀ ହ୍ରାସ ପାଇବ । ସେଥିପାଇଁ ରାଜ୍ୟରେ ଶୀତର ପ୍ରଭାବ ବଢିବ ।

    ଏହାସହ ରାଜ୍ୟର କିଛି କିଛି ଅଞ୍ଚଳରେ ଘନ କୁହୁଡି ମଧ୍ୟ ଦେଖାଦେବ । କୋରାପୁଟରେ ଘନ କୁହୁଡି ଦେଖାଯାଇଥିବା ବେଳେ ରାଉରକେଲା ରେ ହାଲୁକା କୁହୁଡି ଦେଖିବାକୁ ମିଳିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶାରେ ତାପମାତ୍ରା ବଢିବ । ସେହିଭଳି ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୧୨.୫ ଡିଗ୍ରୀ ସେଲସିୟସ ସହ ଫୁଲବାଣୀ ରାଜ୍ୟର ସବୁଠାରୁ ଥଣ୍ଡା ଅଞ୍ଚଳ ବୋଲି ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    27.1 ° C
    27.1 °
    27.1 °
    63 %
    3.9kmh
    50 %
    Tue
    27 °
    Wed
    41 °
    Thu
    42 °
    Fri
    43 °
    Sat
    43 °

    ସମ୍ବନ୍ଧିତ