Friday, October 2, 2026
22.2 C
Odisha

    ଆଲୁମିନିୟମ ବାସନରେ ଖାଉଛନ୍ତି କି? ହୋଇପାରେ କିଡନୀ ଫେଲ୍‌

    ଆଗକୁ ପଢନ୍ତୁ

    ଭାରତୀୟ ରୋଷେଇରେ ଆଲୁମିନିୟମ ବାସନକୁସନର ବହୁଳ ବ୍ୟବହାର ହୋଇଥାଏ। ଏହା ହାଲୁକା, ଶସ୍ତା ଏବଂ ସହଜରେ ଗରମ ହୋଇଯାଏ। ଏଥିଲାଗି ଅନେକେ ଲୋକ ପ୍ରାୟତଃ ପ୍ରଶ୍ନ କରନ୍ତି ଯେ ଆଲୁମିନିୟମ ବାସନରେ ଖାଇବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ନା ଭଲ। ଆସନ୍ତୁ ସେ ବିଷୟରେ ସବିଶେଷ ଜାଣିବା:-
    ଆଲୁମିନିୟମକୁ ନେଇ ହୋଇଥିବା ରିସର୍ଚ୍ଚ ମୁତାବକ, ଏହି ବାସନର ବ୍ୟବହାର କ୍ଷତିକାରକ ନୁହେଁ, କାରଣ ଏହା ଏକ ଧାତୁ। ମାତ୍ର ସଠିକ ବାସନ ନ ମିଳିବା ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ। କାରଣ ଏହି ବାସନର ଭୁଲ ବ୍ୟବହାର କରିବା ଅନୁଚିତ। କିଛି ଜିନିଷ ପ୍ରତି ଦୃଷ୍ଟି ଦେବା ଜରୁରୀ।
    ରୋଷେଇ କରିବା ସମୟରେ କିଛି ମାତ୍ରାରେ ଆଲୁମିନିୟମର କିଛି ମାତ୍ରା ଖାଦ୍ୟରେ ମିଶି ଯାଇଥାଏ। ବିଶେଷକରି ଖଟା ଜିନିଷ ଯେପରିକି ଟମାଟୋ, ଲେମ୍ବୁ, କଇଁଆ ବ୍ୟବହାର କରିବା ସମୟରେ ହୋଇଥାଏ। ତେବେ ଶରୀରରେ ସାମାନ୍ୟ ଭାବେ ୨ରୁ ୧୦ ମିଲିଗ୍ରାମ ଯାଏ ପ୍ରତ୍ୟେହ ଡାଏଟରେ ପ୍ରବେଶ କରେ। ଅଳ୍ପ ମାତ୍ରା ହାନିକାରକ ନୁହେଁ, କାରଣ କିଡନୀ ଏହାକୁ ବାହାର କରିଦେଇଥାଏ। ମାତ୍ର ଅଧିକ ମାତ୍ରା ଏବଂ ଦୀର୍ଘ ସମୟ ଧରି ତାହାକୁ ସେବନ କଲେ ମସ୍କିଷ୍କ, ହାଡ଼ ଏବଂ କିଡନୀ ଉପରେ ଖରାପ ପ୍ରଭାବ ପକାଇଥାଏ।
    ଅଧିକ ମାତ୍ରାରେ ଆଲୁମିନିୟମ ଭୋଜନ ମାଧ୍ୟମରେ ଶରୀରରେ ପ୍ରବେଶ କଲେ ଗମ୍ଭୀର ସ୍ବାୟୁଜନିତ ରୋଗ ହୋଇଥାଏ। କୀଡ଼ନୀ ମଧ୍ୟ ଖରାପ ହୋଇପାରେ।
    କେବଳ ଏତିକି ନୁହେଁ ହୃଦରୋଗ ସହ ଅନ୍ୟ ଅଙ୍ଗରେ ମଧ୍ୟ ଏହା ଖରାପ ପ୍ରଭାବ ପକାଇପାରେ। ଏଣୁ ଆଲୁମିନିୟମ ବାସନକୁସନର ବ୍ୟବହାରକୁ ସୀମିତ କରନ୍ତୁ।
    ବାରମ୍ବାର ଖଟା ଜାତୀୟ ଜିନିଷ ଏହି ବାସନରେ ରୋଷେଇ କରନ୍ତୁ ନାହିଁ।
    ଦୀର୍ଘ ସମୟ ଧରି ଖାଇବା ରଖିବା ଲାଗି ଏଭଳି ବାସନ ବ୍ୟବହାର କରନ୍ତୁ ନାହିଁ।
    କେବଳ ଏତିକି ନୁହେଁ ବାସନ ଖରାପ ହେଲେ ତାହାର ବ୍ୟବହାର ବନ୍ଦ କରନ୍ତୁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ