Tuesday, March 31, 2026
29.8 C
Odisha

    ଆଳୁ ଦରକୁ ନେଇ ଭିନ୍ନ ଚିତ୍ର : ହୋଲସେଲରେ ଆଳୁ କିଲେ ୫ ଟଙ୍କା, ଦୋକାନରେ ୨୦

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ହୋଲସେଲରେ ଆଳୁ କିଲେ ୫ ଟଙ୍କା , ଦୋକାନରେ ୨୦ । ରାଜ୍ୟରେ ଆଳୁ ଦରକୁ ନେଇ ଦୁଇଟି ଭିନ୍ନ ଚିତ୍ର ସାମ୍ନାକୁ ଆସୁଛି । ଗୋଟିଏ ପଟେ ଆବଶ୍ୟକତାଠାରୁ ଅଧିକ ଷ୍ଟକ୍ ଓ ଉତ୍ପାଦନ ଥିବା ଦାବି, ଅନ୍ୟପଟେ ବଜାରରେ ଗ୍ରାହକ ଚଢ଼ା ଦରରେ ଆଳୁ କିଣିବାକୁ ବାଧ୍ୟ ହେଉଛନ୍ତି । ହୋଲସେଲ ଓ ଖୁଚୁରା ଦର ମଧ୍ୟରେ ବଡ଼ ତଫାତ ଦେଖାଦେଇଛି । ରାଜ୍ୟରେ ଆଳୁ ଉତ୍ପାଦନ ଓ ଷ୍ଟକ୍ ପ୍ରଚୁର ଥିବା ସତ୍ତ୍ୱେ ଦର ବୃଦ୍ଧି ନେଇ ଉଠୁଛି ପ୍ରଶ୍ନ ।

    ଏବର୍ଷ ୨୦ ପ୍ରତିଶତ ଅଧିକ ଆଳୁ ଚାଷ ହୋଇଛି, ଯାହା ଆବଶ୍ୟକତାଠାରୁ ଅଧିକ ଉତ୍ପାଦନର ସଙ୍କେତ ଦେଉଛି। କୁଇଣ୍ଟାଲ ବସ୍ତା ଆଳୁ ୩୦୦ରୁ ୫୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି। ଆଳୁ ଗଦିରୁ କିଲୋ ପିଛା ସର୍ବାଧିକ ୫ ଟଙ୍କାରେ କିଣାଯାଉଥିବା ବେଳେ ବଜାରରେ ୧୫ରୁ ୨୦ ଟଙ୍କାରେ ବିକ୍ରି ହେଉଛି ଆଳୁ । ଏହି ବଡ଼ ତଫାତକୁ ନେଇ ଉଠିଛି ପ୍ରଶ୍ନ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.8 ° C
    29.8 °
    29.8 °
    32 %
    1.5kmh
    76 %
    Tue
    29 °
    Wed
    39 °
    Thu
    40 °
    Fri
    40 °
    Sat
    40 °

    ସମ୍ବନ୍ଧିତ