Sunday, October 4, 2026
24.6 C
Odisha

    ଆଳୁ ଲାଞ୍ଚ ନେଇ ପୋଲିସ ଅଧିକାରୀ ସସ୍‌ପେଣ୍ଡ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ଓଡ଼ିଶାରେ ଏବେ ଆଳୁ ଦାମ୍ ଦେଖି ଲୋକେ ଆଳୁ ଖାଇବା ଛାଡିଦେଲା ଭଳି ସ୍ଥିତି ଉପୁଜିଛି। ଏହାରି ମଧ୍ୟରେ ଏକ ଖବର ଆସିଛି ଯେ ଜଣେ ପୋଲିସ ଅଧିକାରୀ ୫ କେଜି ଆଳୁ ଲାଞ୍ଚ ମାଗି ସସ୍‌ପେଣ୍ଡ ହୋଇଛନ୍ତି। ସୂଚନା ଅନୁଯାୟୀ ଉତ୍ତରପ୍ରଦେଶର କନୌଜ ଅଞ୍ଚଳରେ ସବ-ଇନ୍ସପେକ୍ଟର ରାମକ୍ରିପାଲ ସିଂ ଲାଞ୍ଚ ଭାବେ ଆଳୁ ଡିମାଣ୍ଡ କରିଥିଲେ। ଏକ ମାମଲାର ଫଇସଲା କରିବା ପାଇଁ ଲାଞ୍ଚ ମାଗୁଥିବାର ଏକ ଫୋନ୍ କଲ ରେକର୍ଡ଼ିଂ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହି ଖବର ସାମ୍ନାକୁ ଆସିଥିଲା। ଘଟଣା ସାମ୍ନାକୁ ଆସିବା ପରେ କନୌଜ ଆରକ୍ଷୀ ଅଧିକ୍ଷକ(ଏସପି) ଅମିତ କୁମାର ଆନନ୍ଦ ସବ୍-ଇନ୍ସପେକ୍ଟରଙ୍କୁ ନିଲମ୍ବନ କରିବାକୁ ନିର୍ଦ୍ଦେଶ ଦେବା ସହିତ ଏହି ମାମଲାର ଏକ ବିଭାଗୀୟ ଅନୁସନ୍ଧାନ ପାଇଁ ମଧ୍ୟ ପରାମର୍ଶ ଦେଇଛନ୍ତି। ଭାଇରାଲ ଅଡିଓରେ ଅଭିଯୁକ୍ତ ଅଧିକାରୀ ଜଣେ ଚାଷୀଙ୍କୁ ୫ କେଜି “ଆଳୁ” ମାଗୁଥିବା ଶୁଣିବାକୁ ମିଳୁଛି, ଅନ୍ୟପଟେ ଚାଷୀ ଜଣକ ତାଙ୍କର ଅକ୍ଷମତା ପ୍ରକାଶ କରି ୨ କେଜି ଦେବାକୁ କହୁଛନ୍ତି। ଏହା ପରେ ଅଧିକାରୀ ଜଣକ ରାଗି ଯାଇ ତାଙ୍କ ଦାବି ମୁତାବକ ୫ କେଜି ପାଇଁ ଅଡ଼ି ବସୁଛନ୍ତି, ଏହା ପରେ ଅନ୍ତିମ ଚୁକ୍ତି ୩ କେଜିରେ ହେଉଛି। ତେବେ ଆଳୁ ଶବ୍ଦକୁ ପୋଲିସ ଅଧିକାରୀ ଲାଞ୍ଚର କୋଡ୍ ଭାବେ ବ୍ୟବହାର କରିଥିବା ଜଣାପଡିଛି।

    https://x.com/tanishqq9/status/1822195414919008658?t=3XhMWldI1ufrp-O4g3LLJw&s=19

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.6 ° C
    24.6 °
    24.6 °
    72 %
    1kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ