Monday, March 23, 2026
20.3 C
Odisha

    ଆଳୁ ସମସ୍ୟା ସମାଧାନ ପାଇଁ ସରକାରଙ୍କ ଆନ୍ତରିକତା ଅଭାବ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ରାଜ୍ୟରେ ଲାଗି ରହିଛି ଆଳୁ ସମସ୍ୟା। ପ୍ରାୟ ୨ ସପ୍ତାହ ଧରି ଏହି ସମସ୍ୟା ଲାଗି ରହିଥିବା ବେଳେ ସରକାର କିଛି ଠୋସ ପଦକ୍ଷେପ ନ ନେବା କାରଣରୁ ଏହା ଆହୁରି ଗମ୍ଭୀର ହେଉଛି। ଯାହାକୁ ନେଇ ଆଜି ରାଜ୍ୟ ସରକାରଙ୍କ ଉପରେ ବର୍ଷିଛି ବିଜେଡି। ବିଜୁ ଜନତା ଦଳ ମୁଖ୍ୟାଳୟ ଶଙ୍ଖଭବନ ଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପୂର୍ବତନ ମନ୍ତ୍ରୀ ତଥା ବିରୋଧୀ ଦଳ ମୁଖ୍ୟସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ବିଗତ ପ୍ରାୟ ଏକ ମାସ ଧରି ରାଜ୍ୟରେ ଆଳୁ ସମସ୍ୟା ଦେଖା ଦେଇଛି ଯାହା ଥମିବାର ନା ନେଉନାହିଁ । ରାଜ୍ୟ ସରକାରଙ୍କ ଆଳୁ ମହଜୁତକାରୀଙ୍କ ଉପରେ କୋହଳ ମନୋଭାବ ଓ ଆଳୁ ସମସ୍ୟାର ସମାଧାନ ପାଇଁ ଆନ୍ତରିକତାର ଅଭାବ ଯୋଗୁ ସମସ୍ୟା ଯେଉଁଠିକୁ ସେଇଠି ରହିଛି। ସରକାର ଆଳୁ ଦର ନିୟନ୍ତ୍ରଣରେ ରହିଥିବା ଦାବି କରୁଥିଲେ ମଧ୍ୟ ଆଳୁ ଦର କିଲୋ ପଚାଶ ଟଙ୍କା ରହିଛି। ଅନ୍ୟ ରାଜ୍ୟରୁ ଆଳୁ ଆଣିବା ନେଇ ସମସ୍ୟା ଥିବା କଥା କୁହା ଯାଉଥିଲେ ମଧ୍ୟ କିଛି ଅସାଧୁ ବ୍ୟବସାୟୀଙ୍କ ଦ୍ୱାରା ଆଳୁ ମହଜୁତ ରଖାଯାଇ ବଜାରରେ କୁତ୍ରିମ ଅଭାବ ସୃଷ୍ଟି କରାଯାଉଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    20.3 ° C
    20.3 °
    20.3 °
    41 %
    1.2kmh
    0 %
    Mon
    33 °
    Tue
    36 °
    Wed
    37 °
    Thu
    39 °
    Fri
    40 °

    ସମ୍ବନ୍ଧିତ