Thursday, April 9, 2026
32.4 C
Odisha

    ଆଶାରାମ ବାପୁଙ୍କୁ ଅନ୍ତରୀଣ ଜାମିନ ଦେଲେ ସୁପ୍ରିମ୍‌କୋର୍ଟ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ୨୦୧୩ ଦୁଷ୍କର୍ମ ମାମଲାରେ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମଙ୍କୁ ୨୦୨୫ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଡାକ୍ତରୀ ଆଧାରରେ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି ସୁପ୍ରିମ୍‌କୋର୍ଟ। ତେବେ ଜଷ୍ଟିସ ଏମ୍‌ଏମ୍‌ ସୁନ୍ଦରେଶ ଓ ଜଷ୍ଟିସ ରାଜେଶ ବିନ୍ଦଲଙ୍କୁ ନେଇ ଗଠିତ ଖଣ୍ଡପୀଠ ତାଙ୍କୁ ମୁକ୍ତ ହେବା ପରେ ଅନୁଗାମୀଙ୍କୁ ନ ଭେଟିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି, ୮୬ ବର୍ଷୀୟ ଆଶାରାମ ହୃଦ୍‌ରୋଗ ବ୍ୟତୀତ ବିଭିନ୍ନ ବୟସଜନିତ ସ୍ୱାସ୍ଥ୍ୟ ସମସ୍ୟାରେ ପୀଡ଼ିତ। ୨୦୨୩ରେ ଗାନ୍ଧୀନଗର ଅଦାଲତ ଆଶାରାମଙ୍କୁ ଦେଇଥିବା ଆଜୀବନ କାରାଦଣ୍ଡକୁ ସ୍ଥଗିତ ରଖିବା ପାଇଁ କରିଥିବା ଆବେଦନ ଉପରେ ସର୍ବୋଚ୍ଚ ଅଦାଲତ ଗୁଜରାଟ ସରକାରଙ୍କଠାରୁ ଜବାବ ମାଗିଥିଲେ। ସୁପ୍ରିମ୍‌କୋର୍ଟ କହିଛନ୍ତି ଯେ ସେମାନେ କେବଳ ଡାକ୍ତରୀ ଆଧାରରେ ଏହାର ବିଚାର କରିବେ। ଅଗଷ୍ଟ ୨୯, ୨୦୨୪ରେ ଗୁଜରାଟ ହାଇକୋର୍ଟ ଆଶାରାମଙ୍କ ଦଣ୍ଡ କୋହଳ ଆବେଦନକୁ ଖାରଜ କରି ଦେଇଥିଲେ। ୨୦୨୩ ଜାନୁଆରିରେ ନିମ୍ନ ଅଦାଲତ ଆଶାରାମଙ୍କୁ ୨୦୧୩ରେ ଗାନ୍ଧୀନଗର ନିକଟରେ ଥିବା ତାଙ୍କ ଆଶ୍ରମରେ ରହୁଥିବା ଜଣେ ମହିଳାଙ୍କ ଦ୍ୱାରା ଦାଏର ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। ଅନ୍ୟ ଏକ ଦୁଷ୍କର୍ମ ମାମଲାରେ ଆଶାରାମ ଏବେ ରାଜସ୍ଥାନର ଯୋଧପୁର ଜେଲରେ ଅଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    32.4 ° C
    32.4 °
    32.4 °
    28 %
    4kmh
    100 %
    Thu
    31 °
    Fri
    37 °
    Sat
    39 °
    Sun
    41 °
    Mon
    43 °

    ସମ୍ବନ୍ଧିତ