Sunday, October 4, 2026
28.6 C
Odisha

    ଆଷାଢ଼ ମାସରେ ସୂର୍ଯ୍ୟଙ୍କୁ ପୂଜିଲେ କଣ ଲାଭ ହୋଇଥାଏ

    ଆଗକୁ ପଢନ୍ତୁ

    ଆଷାଢ଼ମାସରେ ଭଗବାନ ବିଷ୍ଣୁ ଯୋଗ ନିଦ୍ରା ଯାଇ ଥାଆନ୍ତି ଦୀର୍ଘ ଚାରିମାସ ପାଇଁ। ସ୍କନ୍ଦ ପୁରାଣ ଅନୁସାରେ ଏହି ମାସରେ ଭଗବାନ ବିଷ୍ଣୁ ଓ ସୂର୍ଯ୍ୟଙ୍କ ପୂଜା କରିବା ଦ୍ୱାରା ସମସ୍ତ ପ୍ରକାର ରୋଗରୁ ମୁକ୍ତି ମିଳିଥାଏ। ଏଥିରେ ମାନ୍ୟତା ରହିଛି ଯେ ଆଷାଢ଼ ମାସ ରବିବାରରେ ସୂର୍ଯ୍ୟ ଦେବଙ୍କୁ ପୂଜା କରିବା ଦ୍ୱାରା ଭକ୍ତ ମାନଙ୍କର ସମସ୍ତ ଗ୍ରହର ଦୁଃପ୍ରଭାବ ହ୍ରାସ ହୋଇଥାଏ।ଆସନ୍ତୁ ଜାଣିବା ଏହି ମାସରେ ସୂର୍ଯ୍ୟ ଦେବତ୍ନନଙ୍କୁ ପୂଜା କରିବାର ମହତ୍ୱ।

    ପ୍ରତିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ସ୍ନାନାଦି କାର୍ଯ୍ୟରୁ ନିବୃତ ହୋଇ ଏହା ପରେ ଶୁକ୍ଳ ବସ୍ତ୍ର ଧାରଣ କରନ୍ତୁ ଏବଂ ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରନ୍ତୁ ଏବଂ ଏହି ଜଳ ତମ୍ବା ଗଡୁରେ ନିଅନ୍ତୁ। ସେହି ଜଳରେ ଗଙ୍ଗାଜଳ, ଚାଉଳ, ନାଲି ଫୁଲ ଓ ଅଗୁର ମିଶାନ୍ତୁ।

    ଜଳ ଅର୍ପଣ କରିବା ସମୟରେ ଓଂ ରବୟେ ନମଃ ମନ୍ତ୍ର ପାଠ କରନ୍ତୁ। ଏହାପରେ ଧୂପ, ଦୀପ, ସୂର୍ଯ୍ୟ ଦେବଙ୍କୁ ସମର୍ପିତ କରନ୍ତୁ ଏବଂ ନିଜ କ୍ଷମତା ଅନୁସାରେ ଦାନ ମଧ୍ୟ କରନ୍ତୁ।

    ଭଗବାନ ସୂର୍ଯ୍ୟ ହେଉଛନ୍ତି ସମ୍ପୂର୍ଣ ଦୁନିଆକୁ ପ୍ରକାଶ ଅର୍ପଣ କରନ୍ତି ତେଣୁ ଆଷାଢ଼ ମାସର ସ୍ୱାମୀ ହୋଇଥିବା ହେତୁ ତାଙ୍କ ନିକଟରେ କ୍ଷୀରି ପ୍ରସାଦ ଅର୍ପଣ କରନ୍ତୁ।

    ସ୍କନ୍ଦ ପୁରାଣର ମାନ୍ୟତା ଅନୁସାରେ ସୂର୍ଯ୍ୟ ଦେବଙ୍କୁ ପୂଜା କରିବା ଦ୍ୱାରା ସମସ୍ତ ମନସ୍କାମନା ପୂର୍ଣ ହୋଇଥାଏ ଏବଂ ଜୀବନରେ ସକାରାତ୍ମକ ଉର୍ଜା ଜାଗ୍ରତ ରହିଥାଏ l

    ସୂର୍ଯ୍ୟ ଦେବଙ୍କ ନିକଟରେ ଆଷାଢ଼ ମାସରେ ପ୍ରାର୍ଥନା କରିବା ଦ୍ୱାରା ଧନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ। ରୋଗ ବୈରାଗ ମଧ୍ୟ ଦୂର ହୋଇଥାଏ l ଏହି ମାସରେ ହଳଦୀ ଓ ଗୁଡ଼ ମିଶ୍ରିତ ଖେଚୁଡ଼ି ପ୍ରସ୍ତୁତ କରି ଗରୀବଙ୍କୁ ବାଣ୍ଟିବା ଦ୍ୱାରା ସମସ୍ତ ରିଷ୍ଟ ଖଣ୍ଡନ ହୋଇଥାଏ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ