Sunday, October 4, 2026
28.6 C
Odisha

    ଶୁଭ କାର୍ଯ୍ୟ ପୂର୍ବରୁ କାହିଁକି ଦହି-ଚିନି ଖିଆଯାଏ

    ଆଗକୁ ପଢନ୍ତୁ

    ଆମ ହିନ୍ଦୁ ଧର୍ମରେ ବାସ୍ତୁଶାନ୍ତ୍ର,ଜ୍ୟୋତିଷ ଶାସ୍ତ୍ରକୁ ବିିଶ୍ୱାସ  କରାଯାଏ। ତେଣୁୁ କିଛି ବିଶେଷ କାର୍ଯ୍ୟରେ ବାହାରକୁ ଯିବା ସମୟରେ କିମ୍ବା କୌଣସି ଇଣ୍ଟରଭିୟୁକୁ ଯିବା ସମୟରେ ଘରେ ମା କିମ୍ବା ବାପା କେହି ଯଦି ଗୁରୁଜନ ଥାଆନ୍ତି ତେବେ ଦହି-ଚିନି ଖାଇବାକୁ ଦେଇ ଥାଆନ୍ତି lଅନେକ ସମୟରେ ଆପଣଙ୍କ ମା କିମ୍ବା ଜେଜେମା ଦହି-ଚିନି ଖାଇବାକୁ ଦେଇ ଥାଆନ୍ତି l ସେହି ସମୟରେ କୁହାଯାଇ ଥାଏ ଦହି-ଚିନି ଖାଇକି ଗଲେ ଶୁଭ ହେବ l ଆଜି ଆସନ୍ତୁ ଜାଣିବା ଦହି-ଚିନି ଖାଇବା ସତରେ କଣ ଶୁଭ ଅଟେ କି ନୁହେଁ –

    ଦହି କୁ ହିନ୍ଦୁ ଧର୍ମରେ ୫ଟି ଅମୃତ ମଧ୍ୟରୁ ଗୋଟିଏ ବୋଲି କୁହାଯାଇଥାଏ l ତେଣୁ ଦହିର ମହତ୍ୱ ଖୁବ ବଢି ଯାଇଥାଏ l ଯେ କୌଣସି ଧାର୍ମିକ ଅନୁଷ୍ଠାନରେ ମଧ୍ୟ ଦହିର ବ୍ୟବହାର କରାଯାଇଥାଏ l ଭଗବାନ ଶିବଙ୍କୁ ଦହିରେ ଅଭିଷେକ କରାଯାଇଥାଏ ଏବଂ ପଞ୍ଚାମୃତ ପାଇଁ ଦହିର ବ୍ୟବହାର ହୋଇଥାଏ l

    ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଦହି ଓ ଚିନି ଦୁଇଟି ଧଳା ଜିନିଷ ଅଟେ, ଧଳା ଚନ୍ଦ୍ରମାର ରଙ୍ଗ ଅଟେ l ଦହି ଓ ଚିନି ଏକ ସାଙ୍ଗରେ ଖାଇବା ଦ୍ୱାରା ଚନ୍ଦ୍ର ଗ୍ରହଙ୍କର ଶୁଭ ଫଳ ପ୍ରାପ୍ତି ହୋଇଥାଏ l

    ଚନ୍ଦ୍ରଙ୍କ ସ୍ଥିତି ମଜବୁତ ହେବା ଦ୍ୱାରା କୁଣ୍ଡଳୀରେ ଭାଗ୍ୟ ପକ୍ଷ ମଧ୍ୟ ମଜବୁତ ହୋଇଥାଏ ଓ ମସ୍ତିଷ୍କ ଶାନ୍ତ ହୋଇଥାଏ l ଏହାଦ୍ୱାରା ବ୍ୟକ୍ତିକୁ ସମସ୍ତ କାର୍ଯ୍ୟରେ ସଫଳତା ମିଳିଥାଏ l

    ଦହି-ଚିନି ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଲାଭ ଦାୟକ ହୋଇଥାଏ, କାହିଁକିନା ଦହିରେ ଅନେକ ପ୍ରକାର ଭିଟାମିନ ଓ ମିନେରାଲସ ମିଳିଥାଏ l ଯାହାକି ଶରୀରକୁ ଥଣ୍ଡା ରଖିଥାଏ, ଚିନିରେ ଗ୍ଲୁକୋଜ ରହିଥାଏ, ଯାହା ଶରୀରକୁ ଉର୍ଜା ପ୍ରଦାନ କରିଥାଏ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.6 ° C
    28.6 °
    28.6 °
    69 %
    1.5kmh
    4 %
    Sun
    26 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ