Sunday, October 25, 2026
20.7 C
Odisha

    ଆସନ୍ତାକାଲିଠାରୁ ଖୋଲିବ ଭିତରକନିକା ଜାତୀୟ ଉଦ୍ୟାନ

    ଆଗକୁ ପଢନ୍ତୁ

    ରାଜନଗର  :  ଦୀର୍ଘ ତିନି ମାସର ବନ୍ଦ ପରେ ଆସନ୍ତାକାଲି ଅଗଷ୍ଟ ୧ରୁ ଭିତରକନିକା ଜାତୀୟ ଉଦ୍ୟାନ ପୁଣିଥରେ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଏହା ସହିତ ଦେଶ ଓ ବିଦେଶର ପର୍ଯ୍ୟଟକମାନେ ପୁଣିଥରେ ଭିତରକନିକାର ପ୍ରାକୃତିକ ସୌନ୍ଦର୍ଯ୍ୟ, ମ୍ୟାଙ୍ଗ୍ରୋଭ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ଉପଭୋଗ କରିପାରିବେ। କୁମ୍ଭୀର ପ୍ରଜନନ ଋତୁ ପାଇଁ ମେ ପହିଲାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ଭିତରକନିକା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା। ଏହି ସମୟରେ ମା କୁମ୍ଭୀର ଅଧିକ ହିଂସ୍ର ହୋଇ ରହିଥାଏ। ସେହି ଦୃଷ୍ଟିରୁ ପର୍ଯ୍ୟଟକମାନଙ୍କୁ ଏହି ସମୟରେ ଭିତରକନିକାକୁ ଆସିବା ପାଇଁ ବାରଣ କରାଯାଇଥାଏ। କେନ୍ଦ୍ରାପଡ଼ା ଜିଲା ଭିତରକନିକାର ସୁଦ୍ଧା ନଦୀ ନାଳରେ ବାସ କରୁଥିବା ବିରଳ ବଉଳା କୁମ୍ଭୀରଙ୍କ ୧୧୭ ବସା ଚିହ୍ନଟ ହୋଇଥିବା ବନବିଭାଗ ସୂତ୍ରରୁ ଜଣାପଡ଼ିଛି। କନିକା ରେଞ୍ଜରେ ଥିବା ଡାଙ୍ଗମାଳ (୨୮),ଭିତରକନିକା (୩୬),ରଗଡ଼ାପାଟିଆ (୨୭),କାଳିଭଞ୍ଜଡିଆ (୩),ଉତ୍ତର ମହିଂସାମଡା(୫) ଓ ଦକ୍ଷିଣ ମହିଂସାମଡ଼ା (୭) ଏହି ସମସ୍ତ ସ୍ଥାନରେ ମୋଟ ୧୦୬ଟି କୁମ୍ଭୀର ବସା ଚି଼ହ୍ନଟ, ରାଜନଗର ରେଞ୍ଜରେ ଶୁଣେଇ-ରୁପେଇ(୨), ତେନ୍ତୁଳି କ୍ରିକ (୨), ବାଲିନାଳୀ କ୍ରିକ (୧), ବ୍ରାହ୍ମଣି କ୍ରିକ (୨), ଯୋଗିନାଥ ପ୍ଲାଣ୍ଟେସନ (୧), ହବାଳ କ୍ରିକ(୧) ଓ ବରୁଣେଇ ଜେଠି (୧), ଏହି ସମସ୍ତ ସ୍ଥାନରେ ମୋଟ ୧୦ଟି ଓ ମହାକାଳପଡ଼ା ରେଞ୍ଜରେ ୧ଟି କୁମ୍ଭୀର ବସା ଚିହ୍ନଟ ହୋଇଛି।

    ପ୍ରକାଶ ଯେ, ପ୍ରତିବର୍ଷ ମଇ ୧ ତାରିଖଠାରୁ ଜୁଲାଇ ୩୧ ତାରିଖ ଦୀର୍ଘ ୩ ମାସ ଧରି ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ପ୍ରକ୍ରିୟା ଜାରି ରହିଥାଏ। ମା’ କୁମ୍ଭୀର ଅନ୍ତସତ୍ତ୍ୱା ହେବା ପରେ ଅଣ୍ଡା ଦେବାପାଇଁ ନିରାପଦ ସ୍ଥାନ ଖୋଜିଥାଏ। ନାଳ ଠୁଁ ଉଚ୍ଚ ସ୍ଥାନରେ ବସା କରି ଖରଖରି ପତ୍ର ୨ ଫୁଟ ଉଚ୍ଚର ଗଦା କରିଥାଏ। ଗଦା ଉପରେ କୁମ୍ଭୀର ଅଣ୍ଡା ଦେବାପରେ ତା’ ଉପରେ ପୁଣି ଖରଖରି ପତ୍ର ଓ କାଠି କୁଟା ଘୋଡାଇ ଦେଇଥାଏ। ପ୍ରତ୍ୟେକ କୁମ୍ଭୀର ୪୦ ରୁ ୬୦ଟି ଅଣ୍ଡା ଦେଇଥାଏ। ଅଣ୍ଡା ଦେବାର ୭୫ ଦିନ ମଧ୍ୟରେ ଛୁଆ ବାହାରିଥାଏ।

    କୁମ୍ଭୀର ଅଣ୍ଡା ଦେବାପରେ ବସା ଉପରେ, ଓ ପାଖରେ କିମ୍ବା ୫/୧୦ଫୁଟ ଦୂରତା ମଧ୍ୟରେ ଜଗି ରହିଥାଏ। ଏହି କାରଣରୁ ବନବିଭାଗ ପକ୍ଷରୁ ପ୍ରତିବର୍ଷ ମଇ ୧ ତାରିଖରୁ ଜୁଲାଇ ୩୧ ତାରିଖ ଯାଏ ୩ ମାସ ଧରି ଭିତରକନିକା ଦେଶ ବିଦେଶର ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରଖାଯାଇଥାଏ। ଜୁନ ପ୍ରଥମ ସପ୍ତାହରୁ ବନ କର୍ମଚାରୀ ଜଙ୍ଗଲ ମଧ୍ୟରେ ବୁଲି କୁମ୍ଭୀର ବସା ଚିହ୍ନଟ କରିବା ସହ ଜିପିଏସ୍‌ ଲୋକେଶନରେ ଫଟୋ ଉଠାଇଥାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    20.7 ° C
    20.7 °
    20.7 °
    66 %
    1.8kmh
    17 %
    Sat
    20 °
    Sun
    28 °
    Mon
    28 °
    Tue
    30 °
    Wed
    28 °

    ସମ୍ବନ୍ଧିତ