Sunday, October 4, 2026
22.7 C
Odisha

    ରାହୁଲଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ବିଜେପି ସାଂସଦ ଅନୁରାଗ ଠାକୁର ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଗତ କରିଛନ୍ତି। ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ନିକଟରେ ରୁଲ୍ ୨୨୨ ଓ ରୁଲ୍ ୨୨୩ ଅଧୀନରେ ଦାଖଲ କରାଯାଇଥିବା ଏହି ନୋଟିସରେ ରାହୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁରୋଧ କରାଯାଇଛି। ‘ସାଧାରଣ ପରୀକ୍ଷା (ଅସାଧୁ ଉପାୟ ନିବାରଣ) ସଂଶୋଧନ ବିଲ୍’ ଉପରେ ଆଲୋଚନା ସମୟରେ ରାହୁଲ ନିଟ୍ ପ୍ରତିବାଦକାରୀ ଛାତ୍ରଙ୍କ ସହ ନିଜର କଥାବାର୍ତ୍ତା ବର୍ଣ୍ଣନା କରୁଥିବା ବେଳେ ‘ଇଡିୟଟ୍‌’ ଏବଂ ‘ଅନ୍ଧଭକ୍ତ’ ଭଳି ଶବ୍ଦ ବ୍ୟବହାର କରିଥିଲେ। ବାଚସ୍ପତି ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ବାରମ୍ବାର ଆପତ୍ତି କରିବା ଓ ଚେତାବନୀ ଦେବା ସତ୍ତ୍ୱେ ରାହୁଲ ସେହି ଶବ୍ଦଗୁଡ଼ିକୁ ଦୋହରାଇ ଗୃହର ମର୍ଯ୍ୟାଦା କ୍ଷୁଣ୍ଣ କରିଛନ୍ତି ବୋଲି ନୋଟିସ୍‌ରେ କୁହାଯାଇଛି। ନୋଟିସ୍ ଅନୁଯାୟୀ, ରାହୁଲ କୌଣସି ପୂର୍ବ ନୋଟିସ୍ କିମ୍ବା ଲିଖିତ ପ୍ରମାଣ ବିନା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଭିତ୍ତିହୀନ ଅଭିଯୋଗ ଆଣିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    22.7 ° C
    22.7 °
    22.7 °
    74 %
    1.5kmh
    1 %
    Sat
    22 °
    Sun
    30 °
    Mon
    30 °
    Tue
    31 °
    Wed
    31 °

    ସମ୍ବନ୍ଧିତ