Tuesday, April 7, 2026
24.1 C
Odisha

    ଆସନ୍ତାକାଲିଠାରୁ ଶ୍ରୀମନ୍ଦିରକୁ ୪ ଦ୍ୱାର ଦେଇ ପ୍ରବେଶ କରିବେ ଶ୍ରଦ୍ଧାଳୁ

    ଆଗକୁ ପଢନ୍ତୁ

    ଆସନ୍ତାକାଲି ଠାରୁ ଚାରି ଦ୍ୱାର ଦେଇ ଭକ୍ତ ଓ ଶ୍ରଦ୍ଧାଳୁ ପୂର୍ବ ଭଳି ପ୍ରବେଶ କରି ପାରିବେ। କିନ୍ତୁ ଫେରିବା ବେଳକୁ ସିଂହଦ୍ବାର ବ୍ୟତୀତ ଅନ୍ୟ ୩ଟି ଦ୍ବାର ଦେଇ ଫେରିବେ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗଣମାଧ୍ୟମକୁ ଏନେଇ ସୂଚନା ଦିଆଯାଇଛି। ତେବେ ସେବାୟତ ଓ ତାଙ୍କ ପରିବାର ଵର୍ଗ ସମସ୍ତ ଦ୍ୱାର ଦେଇ ପ୍ରବେଶ ଓ ପ୍ରସ୍ଥାନ କରି ପାରିବେ। ସେହିପରି ନାଟ ମଣ୍ଡପ ଠାରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥା ନେଇ ବିଚାର ବିମର୍ଶ କରାଯାଉଥିବା ବେଳେ ପରିଚାଳନା କମିଟିର ଅନୁମୋଦନ ପରେ ଏହା ଉପରେ କାର୍ଯ୍ୟକାରୀ କରାଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ପ୍ରେସ ବିବୃତି ଦ୍ୱାରା ସୂଚନା ପ୍ରଦାନ କରାଯାଇଅଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.1 ° C
    24.1 °
    24.1 °
    74 %
    1.9kmh
    1 %
    Mon
    24 °
    Tue
    36 °
    Wed
    38 °
    Thu
    38 °
    Fri
    38 °

    ସମ୍ବନ୍ଧିତ