Sunday, October 4, 2026
23.6 C
Odisha

    ଆସନ୍ତାକାଲି ଓଡିଶା ଆସିବେ ଉପରାଷ୍ଟ୍ରପତି ସି.ପି ରାଧାକ୍ରିଷ୍ଣନ୍

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  : ସଜେଇ ହେଲାଣି ନେତାଜୀଙ୍କ ଜନ୍ମସ୍ଥାନ । ଆସନ୍ତାକାଲି ଜନ୍ମ ଦିବସକୁ ପରାକ୍ରମ ଦିବସ ଭାବେ ପାଳନ କରିବେ ସରକାର। ଆସନ୍ତାକାଲି ଓଡିଶା ଆସୁଛନ୍ତି ଉପ ରାଷ୍ଟ୍ରପତି  ସି.ପି ରାଧାକ୍ରିଷ୍ଣନ୍। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟ ପରିଦର୍ଶନ କରିବେ ଉପରାଷ୍ଟ୍ରପତି  । ଏହି ସମୟରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ। ପାଖାପାଖି ୩ ଘଣ୍ଟାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ସର୍ବସାଧାରଣଙ୍କ ପାଇଁ ନେତାଜୀଙ୍କ ଜନ୍ମସ୍ଥାନକୁ ସକାଳ ୭ ଟାରୁ ଦିନ ଗୋଟାଏ ପର୍ଯ୍ୟନ୍ତ ପ୍ରବେଶ ବନ୍ଦ ରହିବ।

    ତେବେ ୭ଟା ପୂର୍ବରୁ ଏବଂ ଦିନ ଗୋଟାଏ ପରେ ସଂଗ୍ରହାଳୟ ପରିଦର୍ଶନ କରିପାରିବେ। ସମସ୍ତ ପରିଦର୍ଶକଙ୍କ ପାଇଁ ପ୍ରବେଶ ସମ୍ପୂର୍ଣ୍ଣ ମାଗଣା କରାଯାଇଛି। ସେହିପରି ନେତାଜୀଙ୍କ ଜନ୍ମସ୍ଥାନ ନିକଟରେ ଥିବା ନେତାଜୀ ସଂଗ୍ରାହଳୟକୁ ସକାଳ ୮ ରୁ ଦିନ ଦିନ୨ ଟା ପର୍ଯ୍ୟନ୍ତ ସାଧାରଣ ପ୍ରବେଶ ବନ୍ଦ ରହିବ ବୋଲି ସିଡିଏ ପକ୍ଷରୁ ସୂଚନା ମିଳିଛି। ଉପରାଷ୍ଟ୍ରପତିଙ୍କ ଗ୍ରସ୍ତକୁ ଆଖି ଆଗରେ ରଖି ନେତାଜୀଙ୍କ ଜନ୍ମ ସ୍ଥାନ ଓ ସଂଗ୍ରହାଳୟରେ ପ୍ରସ୍ତୁତି ବ୍ୟବସ୍ଥା ସମୀକ୍ଷା କରିଛନ୍ତି ସଂସ୍କୃତି ବିଭାଗ ସଚିବ ଓ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ। ସମସ୍ତ ବ୍ୟବସ୍ଥା ବିଷୟରେ କଟକ ଜିଲ୍ଲାପାଳ , ଡିସିପି ଓ ଅନ୍ୟ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି ସଂସ୍କୃତି ବିଭାଗ ସଚିବ ଏବଂ କେନ୍ଦ୍ରାଞ୍ଚଳ ରାଜସ୍ୱ ଆୟୁକ୍ତ। ନେତାଜୀଙ୍କ ଜୟନ୍ତୀ ଅବସରରେ “ନେତାଜୀ ସଂସ୍କୃତି ଭବନ” ନାମରେ ଏକ ବିଲ୍ଡିଂ ଓ ପୋଷ୍ଟାଲ ଗ୍ୟାଲେରୀ ର ମଧ୍ୟ ଉଦଘାଟନ କରାଯିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.6 ° C
    23.6 °
    23.6 °
    79 %
    1.6kmh
    7 %
    Sat
    23 °
    Sun
    30 °
    Mon
    31 °
    Tue
    31 °
    Wed
    31 °

    ସମ୍ବନ୍ଧିତ