Friday, March 13, 2026
37.7 C
Odisha

    ଆସନ୍ତାକାଲି କେନ୍ଦ୍ର ବଜେଟ, ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆସନ୍ତାକାଲି କେନ୍ଦ୍ର ବଜେଟ । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆସନ୍ତାକାଲି ସଂସଦରେ ଆର୍ଥିକ ବର୍ଷ ୨୦୨୬-୨୭ ପାଇଁ ବଜେଟ ଉପସ୍ଥାପନ କରିବେ । ନିର୍ମଳା କ୍ରମାଗତ ନବମ ଥର ପାଇଁ ବଜେଟ ଆଗତ କରିବେ । ଅର୍ଥନୀତିରେ ସଂସ୍କାର ଆଣିବା ପାଇଁ କେନ୍ଦ୍ରୀୟ ବଜେଟରେ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଅନେକ କିଛି ଘୋଷଣା କରିବେ ବୋଲି ଅନୁମାନ କରାଯାଉଛି । ବିଶେଷକରି ବେତନଭୋଗୀଙ୍କ ପାଇଁ ଆୟକରରେ ରିହାତି ମିଳିବ ବୋଲି ଆଶା ରହିଛି । ନୂଆ ଆୟକର ବ୍.ବସ୍ଥାରେ ଷ୍ଟାଣ୍ଡାର୍ଡ ଡିଡକ୍ସନ ୭୫ ହଜାର ଟଙ୍କା ରହିଥିବା ବେଳେ ଏହା ୧ ଲକ୍ଷ ଟଙ୍କାକୁ ବଢ଼ିପାରେ । ଏହାଦ୍ୱାରା ହାତକୁ ଅଧିକ ଟଙ୍କା ଆସିବ । ସରକାର ନୂଆ ଟ୍ୟାକ୍ସ ବ୍ୟବସ୍ଥାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ହେଲଥ୍ ଇନସୁରାନ୍ସ (80D) ଏବଂ ହୋମ୍ ଲୋନ୍ ସୁଧ ଉପରେ କିଛି ରିହାତି ଦେଇପାରନ୍ତି । ପୁରୁଣା ଟ୍ୟାକ୍ସ ବ୍ୟବସ୍ଥାରେ ଥିବାଦେଢ଼ ଲକ୍ଷ ଟଙ୍କାର ସୀମା ବହୁ ବର୍ଷ ଧରି ବଢ଼ିନାହିଁ, ଏହାକୁ ବୃଦ୍ଧି କରିବାକୁ ମଧ୍ୟ ଆଶା ରଖାଯାଇଛି। ସେୟାର ବଜାରରୁ ମିଳୁଥିବା ଲାଭ (LTCG) ଉପରେ ଟ୍ୟାକ୍ସ ରିହାତି ସୀମାକୁ ୧.୨୫ ଲକ୍ଷରୁ ବଢ଼ାଇ ୨ ଲକ୍ଷ କରାଯାଇପାରେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    37.7 ° C
    37.7 °
    37.7 °
    7 %
    4.1kmh
    1 %
    Fri
    37 °
    Sat
    39 °
    Sun
    39 °
    Mon
    39 °
    Tue
    38 °

    ସମ୍ବନ୍ଧିତ