Wednesday, May 27, 2026
36.3 C
Odisha

    ଆଜିଠୁ ଯୋରନ୍ଦା ମାଘମେଳା

    ଆଗକୁ ପଢନ୍ତୁ

    ଢେଙ୍କାନାଳ : ଆଜିଠୁ ବିଶ୍ଵପ୍ରସିଦ୍ଧ ଯୋରନ୍ଦା ମାଘମେଳା । ଚଳଚଞ୍ଚଳ ମହିମା ଗାଦି ପୀଠ । ଜମିଛି ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ ଭିଡ଼ । ଦୂରଦୂରାନ୍ତରୁ ସନ୍ନ୍ୟାସୀମାନେ ଦୀର୍ଘ ୧ ମାସ ହେଲା ଚାଲି ଚାଲି ଆସି ମହିମାଗାଦିରେ ପହଞ୍ଚିଛନ୍ତି । ମହିମା ସମାଜ ପକ୍ଷରୁ ଗାଦିମନ୍ଦିର, ଅଖଣ୍ଡଜ୍ୟୋତି ମନ୍ଦିର, ଧୁନିମନ୍ଦିର, ଶୂନ୍ୟ ମନ୍ଦିର, ବତି ମନ୍ଦିର, ଏକୋଇଶ ହାଡିଆ ଟୁଙ୍ଗି ଆଦି ସଫା କରାଯାଇଛି । ଯୋରନ୍ଦା ମହିମା ଗାଦି ପୀଠରେ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ମହଣ ମହଣ ଘିଅରେ ବୃହତ ଝାଡ଼ଦୀପ ପ୍ରଜ୍ବଳନ କରାଯିବ । ଯୋରନ୍ଦା ମେଳାରେ ୧୦ ଲକ୍ଷରୁ ଉର୍ଦ୍ଧ ଶ୍ରଦ୍ଧାଳୁଙ୍କ ସମାଗମ ହେବ । ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ମୁଖ୍ୟ ମାଘ ମେଳା ଅନୁଷ୍ଠିତ ହେଉଥିବା ବେଳେ ଆଉ ୫ ଦିନ ଧରି ଦୋକାନ ବଜାର ଓ ବିଭିନ୍ନ ଯାତ୍ରା ପାଟି ପଡ଼ିବ । ମାଘ ମେଳା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ ହୋଇଛି । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    36.3 ° C
    36.3 °
    36.3 °
    28 %
    0.9kmh
    12 %
    Wed
    44 °
    Thu
    45 °
    Fri
    44 °
    Sat
    44 °
    Sun
    43 °

    ସମ୍ବନ୍ଧିତ