Monday, July 13, 2026
27.3 C
Odisha

    ଆସନ୍ତାକାଲି ଖଣ୍ଡଗିରି ମାଘସପ୍ତମୀ ମେଳା, ଯଜ୍ଞ ବେଦୀରେ କର୍ମ ଆରମ୍ଭ କଲେଣି ସାଧୁସନ୍ଥ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ରାତି ପାହିଲେ ଖଣ୍ଡଗିରି ମାଘସପ୍ତମୀ ମେଳା ।  ମନ୍ତ୍ରୋଚ୍ଚାରଣରେ ଗୁଞ୍ଜରିତ ହେବ ଖଣ୍ଡଗିରି ପାଦଦେଶ ।  ଯଜ୍ଞ ବେଦୀରେ କର୍ମ ଆରମ୍ଭ କଲେଣି ସାଧୁସନ୍ଥ ।  ପାହଡ଼ ପାଦଦେଶରୁ ଉପର ବାରଭୂଜା ଯାଏଁ ନାଗା ବାବାଙ୍କ ମେଳି।  କାଲିଠୁ ଆରମ୍ଭ ହେବାକୁ ଯାଉଛି ପ୍ରସିଦ୍ଧ ଖଣ୍ଡଗିରି ମାଘ ମେଳା ।  ସନ୍ଧ୍ୟାରେ ରାଣୀ ହଂସପୁରରୁ ବାହାରିବେ ପ୍ରଭୁ ଅନନ୍ତ କେଶରୀ । ବାଜାବାଣ ରୋଷଣୀ ନେଇ ଦେବସଭାରେ ବିରାଜମାନ କରିବେ ପ୍ରଭୁ ।  ପରେ ଆରମ୍ଭ ହେବ ମହାଯଜ୍ଞ ।  ଦୀର୍ଘ ୯ ଦିନ ପର୍ଯ୍ୟନ୍ତ ନାଗାସାଧୁଙ୍କର ଚାଲିବ ବିଶ୍ବଶାନ୍ତି ମହାଯଜ୍ଞ। ଲାଗିବ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭିଡ଼ ।  ପଞ୍ଚଦେବତାଙ୍କ ଉଦେଶ୍ୟରେ ହୋଇଥିବା ପଞ୍ଚଯଜ୍ଞ କୁଣ୍ଡର ପୂଜା କରିବା ସହ କାଲି କଳସ ଯାତ୍ରାରୁ ଆସିବା ପରେ ଆରମ୍ଭ ହେବ ଯଜ୍ଞ ଏବଂ ପୂଜାର୍ଚ୍ଚନା ।  ଖଣ୍ଡଗିରି ମେଳାରେ ପାର୍କିଂ, ଟ୍ରାଫିକ ବ୍ୟବସ୍ଥା ସହ ସୁରକ୍ଷା ନେଇ ସ୍ଵତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ପ୍ରଶାସନ ।  ସୁରକ୍ଷା ଦୃଷ୍ଟିରୁ ଖଣ୍ଡଗିରି ମେଳାରେ ମୋଟ ୧୦୦ଟି ସିସିଟିଭି କ୍ୟାମେରା ଲଗାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    69 %
    2.4kmh
    90 %
    Sun
    27 °
    Mon
    34 °
    Tue
    27 °
    Wed
    31 °
    Thu
    34 °

    ସମ୍ବନ୍ଧିତ