Wednesday, September 16, 2026
30.2 C
Odisha

    ଆସନ୍ତା ଏପ୍ରିଲ ୧ରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ, ୨୧ ବର୍ଷ ହୋଇଥିଲେ କରିପାରିବେ ଆବେଦନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : Subhadra Yojana ଆସନ୍ତାକାଲି ସୁଭଦ୍ରା ଯୋଜନାକୁ ଦୁଇ ବର୍ଷ ପୂରଣ ହେବାକୁ ଯାଉଛି । ଏହା ଭିତରେ ହିତାଧିକାରୀଙ୍କୁ ୫ଟି କିସ୍ତି ଦିଆଯାଇଛି । କୋଟିଏରୁ ଅଧିକ ମହିଳାଙ୍କୁ ଏହି ଯୋଜନାରେ ସାମିଲ କରାଯାଇଛି । ସୁଭଦ୍ରା ଯୋଜନା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ୨୫ ବର୍ଷର ସେବା ଓ ସଂକଳ୍ପକୁ ସମ୍ମାନ ଜଣାଇ ଆସନ୍ତାକାଲି ସଂଧ୍ୟା ୬ଟାରୁ ୭ମଧ୍ୟରେ ଘରେ ଘରେ ଦୀପ ଜାଳିବାକୁ ଅନୁରୋଧ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

    ସେହିପରି ଆସନ୍ତା ଏପ୍ରିଲ ୧ରେ ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ । ମାସେ ପାଇଁ ଖୋଲିବ ପୋର୍ଟାଲ । ଯେଉଁ ହିତାଧିକାରୀମାନେ ଯୋଗ୍ୟ ସେମାନେ ଆବେଦନ କରିପାରିବେ । ଯେଉଁମାନେ ଆବେଦନ କରିନାହାନ୍ତି କିମ୍ବା ଯେଉଁମାନେ କୌଣସି କାରଣ ପାଇଁ ଏଥିରେ ବଞ୍ଚିତ ହୋଇଯାଇଥିଲେ । ସେମାନଙ୍କ ପାଇଁ ସୁଯୋଗ । ଖାସ୍‌ କରି ଯେଉଁ ହିତାଧିକାରୀଙ୍କୁ ୨୧ ବର୍ଷ ବୟସ ହୋଇଥିବ । ସେମାନଙ୍କ ପାଇଁ ଖୁସିର ଖବର । ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧ କୋଟିରୁ ଅଧିକ ମହିଳା ‘ସୁଭଦ୍ରା’ ଯୋଜନାରେ ସାମିଲ ହୋଇସାରିଛନ୍ତି । ଯେଉଁମାନେ ଏହି ଟଙ୍କା ପାଇବା ପରେ ନିଜ ସ୍ୱାବଲମ୍ବୀ ହେବା ସହ ପରିବାରକୁ ସହଯୋଗ ମଧ୍ୟ କରୁଛନ୍ତି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    30.2 ° C
    30.2 °
    30.2 °
    68 %
    1.2kmh
    57 %
    Wed
    30 °
    Thu
    31 °
    Fri
    30 °
    Sat
    31 °
    Sun
    30 °

    ସମ୍ବନ୍ଧିତ