Friday, October 2, 2026
23.8 C
Odisha

    ଆସନ୍ତା ୨ରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

    ଆଗକୁ ପଢନ୍ତୁ

    ପୁରୀ  : ଆସନ୍ତା ୨ ତାରିଖରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକ । ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପିଙ୍କ ସହିତ ପରିଚାଳନା କମିଟି ସଦସ୍ୟମାନେ ଭାଗ ନେବେ। ତେବେ ରତ୍ନଭଣ୍ଡାର ରତ୍ନ ଅଳଙ୍କାରର ଗଣତି ମଣତି ପାଇଁ ଏସଓପି ପ୍ରସ୍ତୁତ ହୋଇଥିବା ବେଳେ ତାରିଖ ଓ ଶୁଭ ବେଳା ସ୍ଥିର କରାଯିବ। ଏଥିସହ ଗୁଣ୍ଡିଚା ମନ୍ଦିର କେବେ ଖୋଲିବ ତାହା ମଧ୍ୟ ଚୂଡାନ୍ତ ହେବ। ସେବାୟତ ପିଲାଙ୍କ ପାଇଁ ଆଦର୍ଶ ଗୁରୁକୂଳ ସମ୍ପର୍କରେ ମଧ୍ୟ ଆଲୋଚନା ହେବ। ମହାପ୍ରଭୁଙ୍କୁ ନୂତନ ରତ୍ନ ପଲଙ୍କ ସେଟ୍ କେବେ ବ୍ୟବହାର ହେବ ସେନେଇ ଆଲୋଚନା ହେବ।

    ଶ୍ରୀମନ୍ଦିର ଭିତରେ ଉଭୟ ପୋଲିସ ଓ ସେବକଙ୍କ ମୋବାଇଲ ଫୋନ୍ ବାରଣ, ଶ୍ରୀମନ୍ଦିର ଆଇନରେ ସଂଶୋଧନ ପାଇଁ ମଧ୍ୟ ହେବ ଆଲୋଚନା। ନାଟମଣ୍ଡପରେ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ସହ ଶୀତ ତାପ ନିୟନ୍ତ୍ରିତ ବ୍ୟବସ୍ଥା ଉପରେ ଆଲୋଚନା ହେବ ବୋଲି ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ