ଭୁବନେଶ୍ୱର : ରାଜ୍ୟରେ ଆସନ୍ତା ୨୪ରୁ ବଢିବ ବର୍ଷା । ଆସନ୍ତା ୩ଦିନ ବିଜୁଳି, ଘଡଘଡି ସହ କାଁ ଭାଁ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶାର କିଛି ସ୍ଥାନରେ ବିଜୁଳି, ଘଡଘଡି ସହ ୩୦ରୁ ୪୦ କିମି ବେଗରେ ପବନ ବହିବ । ଆଜି ବିଜୁଳି, ଘଡଘଡି ନେଇ ୧୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତାକାଲି ପାଇଁ ମଧ୍ୟ ୧୭ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । କିନ୍ତୁ ୨୪ରୁ ବର୍ଷାର ପରିମାଣ ବଢ଼ିବା ସହ ରାଜ୍ୟର ଅନେକ ସ୍ଥାନରେ ବର୍ଷା ହେବ । ଉତ୍ତର ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ଆଶଙ୍କା ରହିଛି । ୨୪ରେ ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।
ସେପଟେ ପୂର୍ବ ଓ ମଧ୍ୟ ଭାରତରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । କାଲିଠୁ ୨୫ ତାରିଖ ଯାଏ ପ୍ରବଳ ବର୍ଷା ନେଇ ଝାଡଖଣ୍ଡକୁ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, ସିକ୍କିମ ଓ ବିହାରରେ ମଧ୍ୟ ପ୍ରବଳ ବର୍ଷା ନେଇ ଆଲର୍ଟ ରହିଛି । ଆଜିଠୁ ଆସନ୍ତା ୨୭ ତାରିଖ ଯାଏ ଦେଶର ବିଭିନ୍ନ ରାଜ୍ୟକୁ ପ୍ରବଳ ବର୍ଷା ନେଇ ସତର୍କତା କରାଯାଇଛି ।